ETV Bharat / bharat

କମ୍ବିଂ ଅପରେସନରେ ଧରାପଡିଲେ 2 ନକ୍ସଲ - ହାଇଦ୍ରାବାଦରୁ 2 ନକ୍ସଲ ଗିରଫ

ତେଲେଙ୍ଗାନା ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରୁ 2 ନକ୍ସଲକୁ ଗିରଫ । ସେମାନଙ୍କ ଠାରୁ ବରମାର ବନ୍ଧୁକ, 3ଟି ପେନଡ୍ରାଇଭ , କାର୍ଡ ରିଡର , 4 କନେକ୍ଟର, 14 ଜିଲେଟିନ ଷ୍ଟିକ, 3 ଡିଟୋନେଟର, 1 ଟିଫିନ ବକ୍ସ ଜବତ ହୋଇଛି । ଅଧିକ ପଢନ୍ତୁ...

କମ୍ବିଂ ଅପରେସନରେ ଧରାପଡିଲେ 2 ନକ୍ସଲ
କମ୍ବିଂ ଅପରେସନରେ ଧରାପଡିଲେ 2 ନକ୍ସଲ
author img

By

Published : Nov 1, 2020, 10:51 AM IST

ହାଇଦ୍ରାବାଦ: କମ୍ବିଂ ଅପରେସନ ବେଳେ ଧରାପଡିଲେ 2 ନକ୍ସଲ । ତେଲେଙ୍ଗାନା ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରୁ 2 ନକ୍ସଲକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ମାଡାକାମ ଦେଶୀ(20) ଓ ମଙ୍ଗଳୁ ଛଦ୍ମନାମ ଜିଲାଲୁ(35) ।

ଅକ୍ଟୋବର 31 ତାରିଖରେ ଇଡ୍ଡୁଲା ବାୟାରାମ ପୋଲିସ ଷ୍ଟେସନ ଅନ୍ତର୍ଗତ ପିନାପାକା ମଣ୍ଡଳର ତିରଲାପୁରମ ଜଙ୍ଗଲରେ ସଶସ୍ତ୍ର ନକ୍ସଲଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା ।

ପୋଲିସ ଗିରଫ ନକ୍ସଲଙ୍କ ଠାରୁ ବରମାର ବନ୍ଧୁକ, 3ଟି ପେନଡ୍ରାଇଭ , କାର୍ଡ ରିଡର , 4 କନେକ୍ଟର, 14 ଜିଲେଟିନ ଷ୍ଟିକ, 3 ଡିଟୋନେଟର, 1 ଟିଫିନ ବକ୍ସ, 75 ମିଟିର ତାର, 1.5 ଭୋଲ୍ଟର ବ୍ୟାଟେରୀ ଓ ଗୋଟିଏ ମୋବାଇଲ ଫୋନ ସହ ନକ୍ସଲଙ୍କ ଏକ ପୁସ୍ତକ ଜବତ କରିଛନ୍ତି ।

ବିଭିନ୍ନ ପୋଲିସ ଷ୍ଟେସନରେ ମଙ୍ଗଳୁ ବିରୋଧରେ ପଞ୍ଜୀକୃତ ହୋଇଥିବା ହତ୍ୟା, ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ, ଅପହରଣ, ବ୍ୟାଙ୍କ ଡକାୟତି ତଥା ଆକ୍ରମଣ ମାମଲାରେ 60 ଟି ଅପରାଧିକ ମାମଲା ରହିଛି। ମାଡାକାମ ଦେଶୀ ନାଁରେ 17 ଟି ମାମଲା ରୁଜୁ ହୋଇଛି। ଉଭୟେ ଛତିଶଗଡର ବିଜାପୁର, ସୁକମା ଏବଂ ବସ୍ତର ଜିଲ୍ଲାରେ ଉଗ୍ରବାଦୀ ଅପରାଧରେ ଜଡିତ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.