ETV Bharat / bharat

କେରଳରେ 2 ସିପିଆଇ(ଏମ) କର୍ମୀଙ୍କୁ ହତ୍ୟା

କେରଳରେ ଓନମ ଅବସରରେ ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି । କେହି ଦୁର୍ବୃତ୍ତ ରାଜଧାନୀର ଗ୍ରାମାଞ୍ଚଳରେ ଦୁଇ ଜଣ ସିପିଆଇ(ଏମ) କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

author img

By

Published : Aug 31, 2020, 7:03 PM IST

କେରଳରେ 2 ସିପିଆଇ(ଏମ) କର୍ମୀଙ୍କୁ ହତ୍ୟା
କେରଳରେ 2 ସିପିଆଇ(ଏମ) କର୍ମୀଙ୍କୁ ହତ୍ୟା

ଥିରୁଅନନ୍ତପୁରମ: କେରଳରେ ଓନମ ଅବସରରେ ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି । କେହି ଦୁର୍ବୃତ୍ତ ରାଜଧାନୀର ଗ୍ରାମାଞ୍ଚଳରେ ଦୁଇ ଜଣ ସିପିଆଇ(ଏମ) କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପୋଲିସ ସୂଚନାନୁସାରେ, ରବିବାର ରାତି ପ୍ରାୟ 11.30ଟା ସମୟରେ ଭେଞ୍ଜରାମୁଡୁରେ ଦୁଇ ଜଣ ସିପିଆଇ(ଏମ) କର୍ମୀ ମିଥିଲ ରାଜ (32) ଏବଂ ହକ୍ ମହମ୍ମଦ(24)ଙ୍କୁ ଆକ୍ରମଣ କରାଯାଇଥିଲା। ରାଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମହମ୍ମଦ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

ହତ୍ୟାକାଣ୍ଡ ପଛରେ କଂଗ୍ରେସର ହାତ ଥିବା କଥା ସିପିଆଇ(ଏମ୍) ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ କଂଗ୍ରେସ ଏହାକୁ ଅସ୍ୱୀକାର କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସିପିଆଇ(ଏମ୍) ରାଜ୍ୟ ସଚିବ କୋଡିୟେରୀ ବାଲକ୍ରିଷ୍ଣନ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ରମେଶ ଚେନ୍ନାଇଥାଲା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କେରଳରେ ସରକାର ପ୍ରଶାସନିକ ଅବ୍ୟବସ୍ଥାର ସମ୍ମୁଖୀନ ହେଉଛନ୍ତି ଫଳରେ ସେମାନେ କଂଗ୍ରେସ ଉପରେ ଦୋଷ ଲଦୁଛନ୍ତି । ଏହି ହତ୍ୟା ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.