ଲଦାଖ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର 13 ଜଣ କୋବିଡ-19 ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ମୁଖପାତ୍ର ରିଗଜିନ ସାମ୍ପେଲ ଆଜି କହିଛନ୍ତି ଯେ ଲେହ ଜିଲ୍ଲାର ଚୁଚୋଟ ଗାଁର ଦୁଇଜଣ କୋରୋନା ଭାଇରସ ପଜିଟିଭ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କୁ କ୍ବାରାଣ୍ଟାଇନକୁ ସ୍ଥାନାନ୍ତରଣ କରାଯାଇଛି ।
ଚିକିତ୍ସା ପରେ ପରୀକ୍ଷା ପାଇଁ ଆମେ ସେମାନଙ୍କର ଦୁଇଟି ନମୁନା ପଠାଇଥିଲୁ ଏବଂ ଉଭୟ ଥର ଏହି ପରୀକ୍ଷା ନେଗେଟିଭ ଆସିଥିଲା । ମୁଖପାତ୍ର କହିଛନ୍ତି ଯେ, ସେମାନେ ସମ୍ପୁର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କୁ ଘରକୁ ନ ପଠାଯିବା କ୍ବାରାଣ୍ଟାଇନରେ ରଖାଯାଇଛି । ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ 11 ଜଣ ପଜିଟିଭ ରୋଗୀ ଚିକିତ୍ସିତ ହେଉଛନ୍ତି ।
@IANS