ETV Bharat / bharat

ପୁଣି ଚାଲୁ ହେଲା 250 ରଦ୍ଦ ଟ୍ବିଟର ଆକାଉଣ୍ଟ

author img

By

Published : Feb 3, 2021, 1:10 PM IST

ସରକାର 250 ଟି ଟ୍ବିଟର ହ୍ୟାଣ୍ଡେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ପରେ ସୋମବାର ଅନେକ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା ମାତ୍ର ବର୍ତ୍ତମାନ ପୁଣି ଏହାକୁ ଚାଲୁ କରାଯାଇଛି । ଅଧିକ ପଢନ୍ତୁ...

ଟ୍ବିଟର ଆକାଉଣ୍ଟ
ଟ୍ବିଟର ଆକାଉଣ୍ଟ

ନୂଆଦିଲ୍ଲୀ: ସରକାର 250 ଟି ଟ୍ବିଟର ହ୍ୟାଣ୍ଡେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ପରେ ସୋମବାର ଅନେକ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା ମାତ୍ର ବର୍ତ୍ତମାନ ପୁଣି ଏହାକୁ ଚାଲୁ କରାଯାଇଛି । ଚାଷୀଙ୍କ ଆନ୍ଦୋଳନ ସହ ଜଡିତ ମିଥ୍ୟା ତଥା ଉତ୍ତେଜକ ବିଷୟବସ୍ତୁ ପୋଷ୍ଟ କରାଯାଉଥିବା ଅଭିଯୋଗରେ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା ।

ତେବେ ରଦ୍ଦ କରାଯାଇଥିବା ଆକାଉଣ୍ଟ ମଧ୍ୟରେ କିଷାନ ଏକତା ମୋର୍ଚା ଏବଂ ବିକେୟୁ ଏକତା ଉର୍ଗାହାନ ଅନ୍ତର୍ଭୁକ୍ତ । ଏହି ଆକାଉଣ୍ଟ ଗୁଡିକର ହଜାର ହଜାର ଅନୁଗାମୀ ଅଛନ୍ତି ଏବଂ ଚାଲିଥିବା ବିରୋଧରେ ସକ୍ରିୟ ଭାବେ ଜଡିତ ଅଛନ୍ତି । ସୂଚନାନୁସାରେ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଟ୍ବିଟର ଆକାଉଣ୍ଟ ଗୁଡିକୁ ରଦ୍ଦ କରିଥିଲା ।

ଏହାସହ ଅନ୍ୟାନ୍ୟ ଗଣମାଧ୍ୟମ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିଗତ ଏବଂ ଅନୁଷ୍ଠାନ ଆକାଉଣ୍ଟଗୁଡିକ ମଧ୍ୟ ରଦ୍ଦ କରାଯାଇଥିଲା । ମିଥ୍ୟ ପ୍ରଚାର ଓ ସୂଚନା ଜନସାଧାରଣଙ୍କ ପାଇଁ ଘୋର ବିପଦ ତେଣୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ଏହି ଟ୍ବିଟର ଆକାଉଣ୍ଟ ଏବଂ ଟ୍ବିଟକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରକାଶଥାଉକି, ଜାନୁଆରୀ 26 ରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି 3ଟି ନୂତନ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ହିଂସା ଘଟାଇଥିଲା।

ଦିଲ୍ଲୀ ପୋଲିସ ବର୍ତ୍ତମାନ ଗଣତନ୍ତ୍ର ଦିବସ ହିଂସା ଉପରେ ଯାଞ୍ଚ କରୁଛି, ଯେଉଁଥିରେ ଏକାଧିକ ମାମଲା ରୁଜୁ କରାଯାଇଛି । ଏହାସହ ଅନେକ ଚାଷୀ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ନୋଟିସ୍ ପଠାଯାଇଛି । ଅନ୍ୟପକ୍ଷେ କିଛି ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.