ନୂଆଦିଲ୍ଲୀ: ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରସ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପାରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପାରୁଛନ୍ତି ଏବଂ ପଢିପାରୁଛନ୍ତି । ତେବେ ଏବେ ଟୁଇଟର ବ୍ୟବହାରକାରୀମାନଙ୍କ ପାଇଁ ଆଣିଛି ଏକ ନୂତନ ସୁବିଧା ।
ଦି ଭର୍ଜ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଟ୍ବିଟର ବ୍ୟବହାରକାରୀମାନେ ସ୍ନାପଚାଟରେ ସିଧାସଳଖ ସେମାନଙ୍କ ଟ୍ବିଟକୁ ସେୟାର କରିପାରିବେ । ବର୍ତ୍ତମାନ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ । ଏକ ସାର୍ବଜନୀନ ଟ୍ୱିଟରେ ସେୟାର ବଟନ ଦବାନ୍ତୁ (ବ୍ୟକ୍ତିଗତ ଟ୍ୱିଟ୍ ସମର୍ଥିତ ନୁହେଁ) ଏବଂ ସେୟାର କାରୁସେଲରୁ ସ୍ନାପଚାଟ ଆଇକନ ଚୟନ କରନ୍ତୁ । ବ୍ୟବହାରକାରୀମାନେ ତାପରେ ଟ୍ବିଟର ଏକ ସ୍ନାପ୍ ନେଇପାରିବେ ଏବଂ ଏହାକୁ ଲୋକଙ୍କ ସହ ସେୟାର କରିପାରିବେ, କିମ୍ବା ସ୍ନାପଚାଟରେ ସେମାନଙ୍କର ଷ୍ଟୋରୀରେ ଯୋଡିପାରିବେ ।
ଟ୍ବିଟର ଏହା ମଧ୍ୟ କହିଛି ଯେ, ଆଇଓଏସ୍ ବ୍ୟବହାରକାରୀଙ୍କ ଏକ ଛୋଟ ଗୋଷ୍ଠୀ ଖୁବ୍ ଶୀଘ୍ର ଇନଷ୍ଟାଗ୍ରାମ ଷ୍ଟୋରୀରେ ଟ୍ବିଟ୍ ସେୟାର କରିବାକୁ ନେଇ ଚାଲିଥିବା ପରୀକ୍ଷାରେ ସକ୍ଷମ ହେବେ। ରିପୋର୍ଟ ଅନୁସାରେ, ବହୁତ ଯଲଦି ଏହି ସୁବିଧା ଆଣ୍ଡ୍ରୁଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବର୍ତ୍ତମାନ ଆପର ନୂତନ ଫିଚର ଅନୁସନ୍ଧାନ ଜାରି ରଖିଛି ।