ETV Bharat / bharat

ୟେସ ବ୍ୟାଙ୍କ ସଙ୍କଟ: ଆଗୁଆ 1300 କୋଟି ଉଠାଇ ମନ୍ଦିର ପ୍ରଶାସନକୁ ଆଶ୍ବସ୍ତି

author img

By

Published : Mar 6, 2020, 5:10 PM IST

ତିରୁପତି ମନ୍ଦିର ପ୍ରଶାସନ ତିରୁମାଲା ତିରୁପତି ଦେବସ୍ତାନମ୍( TTD ) ୟେସ ବ୍ୟାଙ୍କରୁ 1,300 କୋଟି ଟଙ୍କା ପ୍ରତ୍ୟାହାର କରି ବୃହତ୍ତ ସମସ୍ୟାରୁ ମୁକୁଳିଯାଇଛି । ଅଧିକ ପଢନ୍ତୁ...

tirupaati
ତିରୁପତି

ଅମରାବତୀ: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ୟେସ ବ୍ୟାଙ୍କ । ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ସୀମାକୁ 50 ହଜାରରେ ସୀମିତ ରଖିଛନ୍ତି । ଏଥିସହ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳକୁ ଭାଙ୍ଗିଦିଆଯାଇଛି ।

ଟଙ୍କା ଉଠାଣ ନେଇ ଜମାକର୍ତ୍ତାଙ୍କ ଉପରେ କଟକଣା ଲାଗିବା ପରେ ଏଟିଏମରୁ ଟଙ୍କା ଉଠାଣ କଷ୍ଟକର ହୋଇପଡିଛି । ଯାହା ଜମାକର୍ତ୍ତାଙ୍କ ଚିନ୍ତା ବୃଦ୍ଧି କରିଛି । ତେବେ ତିରୁପତି ପ୍ରଶାସନ ପକ୍ଷରୁ କିଛି ଦିନ ତଳେ ନିଆଯାଇଥିବା ଏକ ନିଷ୍ପତ୍ତି ତାକୁ ଏହି ବୃହତ୍ତ ସମସ୍ୟାରୁ ମୁକୁଳାଇ ଦେଇଛି ।

ନିକଟରେ ତିରୁପତି ମନ୍ଦିର ପ୍ରଶାସନ ତିରୁମାଲା ତିରୁପତି ଦେବସ୍ତାନମ୍( TTD ) ୟେସ ବ୍ୟାଙ୍କରୁ 1,300 କୋଟି ଟଙ୍କା ପ୍ରତ୍ୟାହାର କରିଥିଲା । TTD ବୋର୍ଡ ଅଧ୍ୟକ୍ଷ ୱାଇ.ଭି ଶୁବ ରେଡ୍ଡି ବ୍ୟାଙ୍କର କାର୍ଯ୍ୟଦକ୍ଷତା ଓ ପରିସ୍ଥିତିକୁ ନଜରରେ ରଖି ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ । ଫଳରେ ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟରେ ଫସିବା ପୂର୍ବରୁ ନିଜ ଟଙ୍କା ପ୍ରତ୍ୟାହାର କରି ସମସ୍ୟାରୁ ବର୍ତ୍ତି ଯାଇଛି ପ୍ରଶାସନ । ତେବେ ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ପ୍ରଂଶସା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.