ଗାନ୍ଧିନଗର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ ପ୍ରସ୍ତୁତି ଜୋରସୋର ଚାଲିଛି । ସେ ପ୍ରଥମେ ଗୁଜୁରାଟର ଏକ ରୋଡ ଶୋରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତ ହେଉଛି ଅହମଦାବାଦ । ଏହି ପ୍ରସ୍ତୁତି ପର୍ବକୁ ନେଇ ଦେଖାଦେଇଛି ରାଜନୀତି ।
ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଅହମଦାବାଦରେ ଥିବା ସମସ୍ତ ବସ୍ତି ଅଞ୍ଚଳକୁ ପାଚେରୀ ମାଧ୍ୟମରେ ଲୁଚାଯିବ । ରାସ୍ତା କଡରୁ ସମସ୍ତ ବୁଲା କୁକୁରଙ୍କୁ ହଟାଯିବା ନେଇ କେନ୍ଦ୍ର ଏବଂ ଗୁଜୁରାଟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନିନ୍ଦା କରିଛି ଶିବସେନା । ଏଭଳି ନିଚ୍ଚ ମନୋବୃତ୍ତି ପ୍ରକୃତରେ ଲଜ୍ୟାଜନକ ବୋଲି କହିଛି ଶିବସେନା ।
ଟ୍ରମ୍ପଙ୍କ ଭାରତ ଗସ୍ତକୁ "ବାଦଶାହା" ବେଳେ ଏଭଳି ଯୋଜନା ଦେଶର ଗରିବି ଲୁଚାଇବା ଭଳି ହୋଇଛି ବୋଲି କହିଛି ଶିବସେନା । ପୂର୍ବରୁ ସୋନିଆ ଗାନ୍ଧି ଗରିବି ହଟାଓ ନାରା ଦେଇଥିବା ବେଳେ ତାହା ବର୍ତ୍ତମାନ ମୋଦିଙ୍କର ଗରିବି ଛୁପାଓରେ ପରିଣତ ହୋଇଛି ।
ଆମେ ଶୁଣିବାକୁ ପାଇଛୁ ଯେ ଟ୍ରମ୍ପ ମାତ୍ର 3 ଘଣ୍ଟା ପାଇଁ ଅହମଦାବାଦ ଗସ୍ତ କରିବେ । କିନ୍ତୁ 100 କୋଟିର ବଜେଟରେ ବସ୍ତି ଲୁଚାଇବା ପାଇଁ ହୋଇଛି ଯୋଜନା । ଏହା କେବଳ ମୋଦି ଏବଂ ଟ୍ରମ୍ପଙ୍କ ରାଜନୀତିକ ବ୍ୟବସ୍ଥା ବୋଲି ଅଭିଯୋଗ କରିଛି ଶିବସେନା ।
@ANI