ETV Bharat / bharat

ଟ୍ରମ୍ପ୍‌ଙ୍କ ଗସ୍ତ ସରିଲା, ଦିଲ୍ଲୀ ଦଙ୍ଗା ଉପରେ ଆଡଭାଇଜରୀ ଜାରି କଲା ଆମେରିକା ଦୂତାବାସ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତକୁ ପ୍ରଥମ ସରକାରୀ ଗସ୍ତ ଉପରେ ଯବନିକା ପକାଇବାର କେଇ ଘଣ୍ଟା ପରେ ଦିଲ୍ଲୀର ଦଙ୍ଗାକୁ କେନ୍ଦ୍ର କରି ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ପରାମର୍ଶ ବା ଆଡଭାଇଜରୀ ଜାରି କରିଛି । ଅଧିକ ପଢନ୍ତୁ...

author img

By

Published : Feb 27, 2020, 3:34 PM IST

Trump trip ends, US embassy issues advisory on Delhi riots
ଟ୍ରମ୍ପ୍‌ଙ୍କ ଗସ୍ତ ସରିଲା, ଦିଲ୍ଲୀ ଦଙ୍ଗା ଉପରେ ଆଡଭାଇଜରୀ ଜାରି କଲା ଆମେରିକା ଦୂତାବାସ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଭାରତକୁ ତାଙ୍କ ପ୍ରଥମ ସରକାରୀ ଗସ୍ତ ଉପରେ ଯବନିକା ପକାଇବାର କେଇ ଘଣ୍ଟା ପରେ, ଦିଲ୍ଲୀରେ ଦଙ୍ଗାକୁ କେନ୍ଦ୍ର କରି ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ପରାମର୍ଶ ବା ଆଡଭାଇଜରୀ ଜାରି କରିଛି । ଦୂତାବାସର ୱେବ୍‌ସାଇଟ୍‌ରେ ପ୍ରକାଶିତ ଏକ ଆଡଭାଇଜରୀରେ କୁହାଯାଇଛି, 'ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାତ୍ମକ ବିକ୍ଷୋଭକୁ ଦୃଷ୍ଟିରେ ରଖି ଭାରତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ ନାଗରିକମାନେ ସତର୍କତା ଅବଲମ୍ବନ କରିବେ ଏବଂ ବିକ୍ଷୋଭ ପ୍ରଦର୍ଶିତ ହେଉଥିବା ଅଞ୍ଚଳକୁ ଏଡ଼ାଇ ଯିବେ । ବିକ୍ଷୋଭ, ରାସ୍ତା ଓ ମେଟ୍ରୋ ଚଳାଚଳ ବନ୍ଦ ରହିବା ଏବଂ ସମ୍ଭାବ୍ୟ କର୍ଫ୍ୟୁ ଜାରି ସଂପର୍କରେ ତାଜା ସୂଚନା ପାଇବା ଲାଗି ଆପଣ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଉପରେ ନଜର ରଖିବା ଗୁରୁତ୍ବପୂର୍ଣ୍ଣ ।'

ଗତ ରବିବାରରୁ ମୁସଲିମ ବହୁଳ ଅଞ୍ଚଳରେ ବ୍ୟାପକ ପୋଡ଼ାଜଳା ଏବଂ ଦଙ୍ଗା ଯୋଗୁଁ ଏ ପର୍ଯ୍ୟନ୍ତ ଅନ୍ୟୂନ 21 ଜଣ ପ୍ରାଣ ହରାଇଛନ୍ତି ଏବଂ ସୁରକ୍ଷା କର୍ମୀଙ୍କ ସମେତ ବହୁ ଲୋକ ଆହତ ହୋଇଛନ୍ତି ବୋଲି ଉଲ୍ଲେଖ କରିବା ସହିତ ଚାରି କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବା ବିରୋଧରେ କଟକଣା ଲାଗୁ ସମ୍ବଳିତ 144 ଧାରା ଜାରି ଉପରେ ଆଡଭାଇଜରୀରେ ଜୋର ଦିଆଯାଇଛି ।

ପୂର୍ବରୁ, ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଔପଚାରିକ ବାର୍ତ୍ତାଳାପ ପରେ, ସେହି ସନ୍ଧ୍ୟାରେ ଟ୍ରମ୍ପ୍‌ ଏକ ଘଣ୍ଟିକିଆ ବିଶେଷ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଏବଂ ପରେ ପରେ ଉପୁଜିଥିବା ସାମ୍ପ୍ରଦାୟିକ ହିଂସା ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍‌ ନାଗରିକତା ସଂଶୋଧନ ଆଇନକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହି ଏହି ଆଇନ ଉପରେ ମତାମତ ଦେବାକୁ ମନା କରି ଦେଇଥିଲେ । ଟ୍ରମ୍ପ୍‌ କହିଲେ, 'ସେ (ନାଗରିକତା ସଂଶୋଧନ ଆଇନ) ସଂପର୍କରେ ମୁଁ କିଛି କହିବାକୁ ଚାହୁଁନାହିଁ । ଏହା ଭାରତର କଥା । ମୁଁ ଆଶା କରୁଛି ଏହାର ଲୋକମାନଙ୍କ ପାଇଁ ଭାରତ ସଠିକ ନିଷ୍ପତ୍ତି ନେବ ।'

ମୋଦିଙ୍କୁ ଜଣେ 'ଧାର୍ମିକ ହେଲେ ବି ଶକ୍ତିଶାଳୀ ନେତା' ବୋଲି କହି ଟ୍ରମ୍ପ ସମର୍ଥନ କରିଥିଲେ । କିନ୍ତୁ ହ୍ବାଇଟ୍‌ ହାଉସ୍‌ ଗଣମାଧ୍ୟମ ଗୋଷ୍ଠୀ ସହ ଯାତ୍ରା କରୁଥିବା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଦିଲ୍ଲୀ ଦଙ୍ଗାରେ ପ୍ରାଣହାନି ସଂକ୍ରାନ୍ତରେ କୌଣସି ମତାମତ ଦେଇନଥିଲେ । ସେ କହିଥିଲେ ଯେ, ଭାରତରେ ଧାର୍ମିକ ସ୍ବାଧୀନତା ଏବଂ 'ମୁସଲମାନ ଓ ଖ୍ରୀଷ୍ଟିଆନ୍‌'ମାନଙ୍କ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ସେ କହିଲେ, 'ଆମେ ଧାର୍ମିକ ସ୍ବାଧୀନତା ସମ୍ପର୍କରେ କଥାବାର୍ତ୍ତା କଲୁ । ମୁଁ କହିବି ଯେ ସେ ଜଣେ ଚମତ୍କାର ପ୍ରଧାନମନ୍ତ୍ରୀ ଏବଂ ସେ ମୋତେ କହିଛନ୍ତି ଯେ ଭାରତର ଲୋକେ ଧାର୍ମିକ ସ୍ବାଧୀନତା ପାଆନ୍ତୁ ବୋଲି ସେ ଇଚ୍ଛା କରନ୍ତି । ସେ ମୋତେ କହିଲେ ଯେ, ଭାରତରେ ବିଶାଳ ଏବଂ ମୁକ୍ତ ଧାର୍ମିକ ସ୍ବାଧୀନତା ସ୍ଥାପନ ଲାଗି ସେମାନେ ବହୁ ପରିଶ୍ରମ କରିଛନ୍ତି । ଆମେ ଯଦି ଅତୀତକୁ ଦେଖିବା ଏବଂ ଅନ୍ୟ ସ୍ଥାନରେ ଯାହା ସବୁ ଚାଲିଛି ତା ସହିତ ତୁଳନା କରିବା, ସେମାନେ ପ୍ରକୃତରେ ଧାର୍ମିକ ସ୍ବାଧୀନତା ଦିଗରେ କଠିନ ପରିଶ୍ରମ କରିଛନ୍ତି ।'

ଆମେରିକାର ପ୍ରଥମ ପରିବାର ଦିଲ୍ଲୀରୁ ୱାଶିଂଟନ ଡିସିକୁ ବିମାନ ଯାତ୍ରା କରିବାର କେଇ ଘଣ୍ଟା ପରେ, ଯେତେବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ କେତେକ ଦଙ୍ଗା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରୁଥିଲେ, ସେହି ଦିନ, ଏହି ଆଡଭାଇଜରୀ ଜାରି କରାଯାଇଥିଲା, ଯାହାକି ସୁରକ୍ଷା ସଂପର୍କିତ ନିୟମିତ ଔପଚାରିକ ବିଧିର ଏକ ଅଂଶବିଶେଷ । କୌଣସି କାମରେ ବା ପର୍ଯ୍ୟଟନ ଉଦ୍ଦେଶ୍ୟରେ ଭାରତକୁ ଯାତ୍ରା କରୁଥିବା ଆମେରିକାର ନାଗରିକମାନେ 'ଟ୍ରାଫିକ୍‌ ଭିଡ଼ କିମ୍ବା ରାସ୍ତା ଅବରୋଧ କିମ୍ବା ପ୍ରତିବାଦ ଆଶଙ୍କା ଥିବା ଅଞ୍ଚଳ'କୁ ଏଡ଼ାଇ ଯିବା ପାଇଁ ଆଡଭାଇଜରୀରେ କୁହାଯାଇଛି । ଆଡଭାଇଜରୀରେ ଆହୁରି କୁହାଯାଇଛି ଯେ, 'ଅନାକର୍ଷଣୀୟ ଭାବରେ ରହନ୍ତୁ । ନିଜ ଆଖପାଖର ସ୍ଥିତି ସମ୍ପର୍କରେ ସଚେତନ ରହନ୍ତୁ । ତାଜା ସୂଚନା ପାଇଁ ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖନ୍ତୁ । ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ନିର୍ଦ୍ଦେଶାବଳୀ ପାଳନ କରନ୍ତୁ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.