ଜୟପୁର: ରାଜସ୍ଥାନ ହନୁମାନଗଡରେ ଅଘଟଣ । ଟ୍ରକ- ଜିପ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ଥିବା ସୂଚନା ।
ସୂଚନାମୁତାବକ, ହନୁମାନଗଡ ଜିଲ୍ଲାର ମେଗା ହାଇୱେ ପଲ୍ଲୁ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଜିପ୍ରେ ଥିବା ସମସ୍ତ ଲୋକ ଏକ ସତସଙ୍ଗରେ ଯୋଗ ଦେଇ ଫେରୁଥିଲେ । ହଠାତ ଟ୍ରକ ସହ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଜିପ୍ ର ଉପର ଭାଗ ଉଡି ଯାଇଥିବା ଦେଖିବାକୁ ମିଳିଛି । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।