ETV Bharat / bharat

ଟିଆରପି ସ୍କାମ: ଆଜି 6 ଜଣଙ୍କୁ ପଚରାଉଚରା କରିବ ମୁମ୍ବାଇ କ୍ରାଇମବ୍ରାଞ୍ଚ - ଟିଆରପି ସ୍କାମ

ଟିଆରପି ସ୍କାମର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଜି 6 ଜଣଙ୍କୁ ପଚରାଉଚରା ପାଇଁ ଡକାଇଛି। ଶନିବାର କ୍ରାଇମବ୍ରାଞ୍ଚ ଏହି ସମନ ଜାରି କରିଛି। ଯେଉଁମାନଙ୍କୁ ଡକାଯାଇଛି ସେମାନଙ୍କ ମଧ୍ୟରେ ଏକ ଟିଭି ଚ୍ୟାନେଲର ସିଇଓଙ୍କ ସମେତ 5 ଜଣ କର୍ମଚାରୀ ସାମିଲ ଅଛନ୍ତି।

ଆଜି 6 ଜଣଙ୍କୁ ପଚରାଉଚରା କରିବ ମୁମ୍ବାଇ କ୍ରାଇମବ୍ରାଞ୍ଚ

author img

By

Published : Oct 11, 2020, 11:52 AM IST

ମୁମ୍ବାଇ: ଟିଆରପି ସ୍କାମର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଜି 6 ଜଣଙ୍କୁ ପଚରାଉଚରା ପାଇଁ ଡକାଇଛି। ଶନିବାର କ୍ରାଇମବ୍ରାଞ୍ଚ ଏହି ସମନ ଜାରି କରିଛି। ଯେଉଁମାନଙ୍କୁ ଡକାଯାଇଛି ସେମାନଙ୍କ ମଧ୍ୟରେ ଏକ ଟିଭି ଚ୍ୟାନେଲର ସିଇଓଙ୍କ ସମେତ 5 ଜଣ କର୍ମଚାରୀ ସାମିଲ ଅଛନ୍ତି। ଏଥିସହ ହଂସା ଏଜେନ୍ସିର ସିଇଓ ଏବଂ କର୍ମଚାରୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି ।

ତେବେ ଶନିବାର ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲର ସିଇଓଙ୍କୁ ସମନ ଜାରି ସର୍ତ୍ତ୍ବେ ସେ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ। ସେ କ୍ରାଇମବ୍ରାଞ୍ଚକୁ ଏକ ଚିଠି ପଠାଇଛନ୍ତି। ଯେଉଁ ଚିଠିରେ କୁହାଯାଇଛି ଯେ, ସିଇଓ ଟିଭି ଚ୍ୟାନେଲ ପକ୍ଷରୁ ସୁପ୍ରିମକୋର୍ଟକୁ ଆବେଦନ କରିଛନ୍ତି। ଏଥିସହ ସିଇଓ କିଛି କାର୍ଯ୍ୟରେ ବ୍ୟସ୍ତ ଥିବାରୁ କ୍ରାଇମବ୍ରାଞ୍ଚକୁ ସମୟ ମାଗିଛନ୍ତି ।

ପ୍ରକାଶ ଥାଉକି, ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଦାବି କରିଛନ୍ତି ଯେ, ଦେଶରେ 3ଟି ମୁଖ୍ୟ ଟିଭି ଚ୍ୟାନେଲ ଟିଆରପିକୁ ନେଇ ହେରଫେର କରିଛନ୍ତି । ଏଥିସହ ସେ କହିଛନ୍ତି, ଏହି ଟିଆରପି ହେରଫେରର ଖୁଲାସା ସେତେବେଳେ ହେଲା ଯେତେବେଳେ ଟିଆରପି ମାପ ସଂଗଠନ ବାର୍କ ହାନସା ରିସର୍ଚ୍ଚ ଗ୍ରୁପ୍ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ ଏ ସମ୍ପର୍କରେ ଏକ ଅଭିଯୋଗ ଦାଖଲ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.