ETV Bharat / bharat

ରାକ୍ଷୀ କଟକଣା, ଏଥର ଆଦିବାସୀ ପାରମ୍ପରିକ ସ୍ବଦେଶୀ ବନ୍ଧନ - desi-rakhis-over-chinese-ones

ଏଥର ଵିଦେଶୀ ରାକ୍ଷୀ ଉପରେ କଟକଣା। ଚାଇନା ସହିତ ବିବାଦ ପରେ ଏପରି ନିଷ୍ପତ୍ତି ସାରା ଦେଶରେ ଦେଖିବାକୁ ମିଳିଛି। ଯେମିତି ଚାଇନା ଆପ୍ ବର୍ଜନ କରାଯାଇଛି, ଠିକ୍ ସେମିତି ଵିଦେଶୀ ରାକ୍ଷୀ ଉପରେ ମଧ୍ୟ କଟକଣା ଲାଗିଛି।

ରାକ୍ଷୀ କଟକଣା, ଏଥର ଆଦିବାସୀ ପାରମ୍ପରିକ ସ୍ବଦେଶୀ ବନ୍ଧନ

author img

By

Published : Jul 21, 2020, 12:37 PM IST

ଜାମସେଦପୁର: ଏଥର ଵିଦେଶୀ ରାକ୍ଷୀ ଉପରେ କଟକଣା। ଚାଇନା ସହିତ ବିବାଦ ପରେ ଏପରି ନିଷ୍ପତ୍ତି ସାରା ଦେଶରେ ଦେଖିବାକୁ ମିଳିଛି। ଯେମିତି ଚାଇନା ଆପ୍ ବର୍ଜନ କରାଯାଇଛି, ଠିକ୍ ସେମିତି ଵିଦେଶୀ ରାକ୍ଷୀ ଉପରେ ମଧ୍ୟ କଟକଣା ଲାଗିଛି। ଜାମସେଦପୁରସ୍ଥିତ କଲାମଣ୍ଡୀରର ଆଦିବାସୀ କଳାକାରମାନେ ଅଗଷ୍ଟ 3 ରେ ଆସୁଥିବା ରାକ୍ଷୀ ପର୍ବ ପାଇଁ ପାରମ୍ପାରିକ ଜିନିଷ ବ୍ୟବହାର କରି ରାକ୍ଷୀ ତିଆରି କରୁଛନ୍ତି।

ରାକ୍ଷୀ ଗୁଡିକ ଭଲ ଗୁଣବତ୍ତା ହେବା ଆବଶ୍ୟକ। ପରମ୍ପରା ସହିତ ଏହା ଶସ୍ତା ମୂଲ୍ୟରେ ଉପଲବ୍ଧ ହେବା ଉଚିତ ଏବଂ ଲୋକମାନଙ୍କୁ ଚାଇନାର ବିକଳ୍ପ ଉପରେ ବାଛିବା ପାଇଁ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବା ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳରେ ଏଭଳି ମତ ପ୍ରକାଶ ପାଇଛି। କଲମାଣ୍ଡିରରେ ରାକ୍ଷୀ ପ୍ରସ୍ତୁତ କରୁଥିବା କାରିଗରମାନେ କହିଛନ୍ତି ଯେ, ସେମାନେ କୋଭିଡ୍-19 ପ୍ରବର୍ତ୍ତିତ ଲକଡାଉନ୍ ସମୟରେ ମାସ୍କ ଉପରେ ପାରମ୍ପାରିକ ଢାଞ୍ଚାର ଵ୍ୟଵହାର ଏବଂ ସ୍ବଦେଶୀ ସାମଗ୍ରୀ ଆପଣାଇଵା ଆରମ୍ଭ କରିଥିଲେ।

ଆମେ ଯେତେ କମ୍ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ଚେଷ୍ଟା କରୁଛୁ ଏବଂ ବିଶେଷ କରି ଏହି ଲକ୍-ଡାଉନ୍ ପର୍ଯ୍ୟାୟରେ ରାକ୍ଷୀ ଗୁଡିକୁ ପାରମ୍ପାରିକ ଯୋଡିବା ପାଇଁ ସ୍ଥାନୀୟ କୌଶଳ ବ୍ୟବହାର କରୁଛୁ। ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆମେ ଏହାକୁ ପ୍ରୋତ୍ସାହିତ କରୁଛୁ ଏବଂ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ବହୁତ ଭଲ ହୋଇଛି ବୋଲି ବ୍ୟବସାୟୀ କହୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 11,000 ରୁ ଅଧିକ ରୋଜଗାର କରିଛୁ ବୋଲି କେନ୍ଦ୍ରର ଜଣେ କାରିଗର କହିଛନ୍ତି।

ଏହି ସମୟରେ, ଗୁଜୁରାଟର ଅହମ୍ମଦାବାଦରେ ଥିବା ହୋଲସେଲ୍ ତଥା ଗୋଦାମ୍ ରେ ଚାଇନାର ନିର୍ମିତ ରାକ୍ଷୀ ଗୁଡିକର ଚାହିଦା ହ୍ରାସ ପାଇଛି। ଜଣେ ଦୋକାନୀ କହିଛନ୍ତି, "ଚୀନ୍‌ର କାର୍ଯ୍ୟକଳାପ ଦ୍ୱାରା ଆମ ସମସ୍ତେ ଆଘାତ ପ୍ରାପ୍ତ। ଏଠାକୁ ଆସୁଥିବା ଗ୍ରାହକମାନେ ଚାଇନିଜ୍ ବଦଳରେ ଭାରତୀୟ ଉତ୍ପାଦ ପାଇଁ ଟିକେ ଅଧିକ ଦେୟ ଦେବାକୁ ଇଚ୍ଛୁକ। ଦୋକାନରେ ଥିବା ଗ୍ରାହକମାନେ କହିଛନ୍ତି ଯେ, ସେମାନେ ଚାଇନାରୁ ଆମଦାନୀ ହୋଇଥିବା ଉତ୍ପାଦ ଅପେକ୍ଷା ପାରମ୍ପରିକ ରାକ୍ଷୀ ପସନ୍ଦ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.