ନୂଆଦିଲ୍ଲୀ: ଦେଶରେ ବଢି ଚାଲିଥିବା ନାରୀ ନିର୍ଯାତନାକୁ ନେଇ ଉଦବେଗ ପ୍ରକାଶ କରିଛି କଂଗ୍ରେସ । ଗୃହ ମନ୍ତ୍ରାଳୟକକୁ ଏନେଇ ଜବାବ ମଧ୍ୟ ମାଗିଛି ଦଳ । କିନ୍ତୁ ଚିଠିରେ ଉଲ୍ଲେଖ ରହିଥିବା ପ୍ରଶ୍ନର ଉତ୍ତର ପରିବର୍ତ୍ତେ ଟ୍ରେଜରୀ ବେଞ୍ଚର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ।
ସେ କହିଛନ୍ତି, ଗୃହମନ୍ତ୍ରାଳୟ ଅଭିଯୋଗର ସମାଧାନ କରିବ ବୋଲି ଆମର ଆଶା ଥିଲା । କିନ୍ତୁ ସମାଧାନ ପରିବର୍ତ୍ତେ ଏହାକୁ ଉଲ୍ଲଂଘନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
କିଛିଦିନ ହେବ ଦେଶରେ ନାରୀଙ୍କ ଉପରେ ବଢିଚାଲିଥିବା ଅପରାଧକୁ ନେଇ ସଂସଦ ବାହାରେ ଆନ୍ଦୋଳନ ମଧ୍ୟ କରିଥିଲା କଂଗ୍ରେସ । ପରେ ଏହି ଘଟଣାରେ ଗୃହମନ୍ତ୍ରାଳୟକୁ ଉତ୍ତର ମାଗିଥିଲା ଦଳ ।