ETV Bharat / bharat

ମିଳିନି ରିଲିଫ ପ୍ୟାକେଜ, ଚକାଜାମ ଚେତାବନୀ ଦେଲେ ଟ୍ରାନ୍ସପୋର୍ଟର

20 ଲକ୍ଷ କୋଟିର ଆର୍ଥିକ ପ୍ୟାକଜରେ ଅସନ୍ତୁଷ୍ଟ ଟ୍ରାନ୍ସପୋର୍ଟର । ରିଲିଫ ଦାବିରେ ଚକାଜାମ ଚେତାବନୀ ଦେଇଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : May 21, 2020, 10:27 PM IST

Transporters warn for protest
ମିଳିନି ରିଲିଫ ପ୍ୟାକେଜ, ଚକାଜାମ ଚେତାବନୀ ଦେଲେ ଟ୍ରାନ୍ସପୋର୍ଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 20 ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜରେ ଅସନ୍ତୁଷ୍ଟ ଟ୍ରାନ୍ସପୋର୍ଟର । କୋରୋନା ସଙ୍କଟ ମଧ୍ୟରେ କୌଣସି ରିଲିଫ ମିଳିନଥିବାରୁ ଚକାଜାମ ନେଇ ଚେତାବନୀ ଦେଇଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ।

ଯଦି ସରକାର ପରିବହନ ଶିଳ୍ପକୁ ରିଲିଫ ପ୍ୟାକେଜ ଦେବେ ନାହିଁ ତେବେ ଟ୍ରକ ଚାଲିବ ନାହିଁ ବୋଲି ସଂଘ କହିଛି । ଯାହାଦ୍ବାରା ଦେଶରେ ଆବଶ୍ୟକ ବସ୍ତୁର ଯୋଗାଣ ବାଧାପ୍ରାପ୍ତ ହେବା ସହ ମୁଦ୍ରାସ୍ପୀତି ବଢିବ ବୋଲି ଆଶଙ୍କା ଉପୁଜିଛି ।

ଏନେଇ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟର ଅଧ୍ୟକ୍ଷ କୁଲତରଣ ସିଂହ କହିଛନ୍ତି ଯେ, ସରକାର ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜରେ ସବୁ ସେକ୍ଚରକୁ ଫୋକସରେ ରଖି ଆବଣ୍ଟନ କରିଛନ୍ତି । ହେଲେ ପରିବହନ ଶିଳ୍ପକୁ ଏଥିରେ ଅଣଦେଖା କରାଯାଇଛି । ଯେଉଁଥିପାଇଁ ଆମେ ନିରାଶ ହୋଇଛୁ ।

ରିଲିଫ ପ୍ୟାକେଜରେ ଇଏମଆଇ, ଟ୍ୟାକ୍ସ, ମୋଟର ବୀମା, ନ୍ୟାସନାଲ ପରମିଟ, ଦ୍ରବ୍ୟ କର, ସୁଧ ଛାଡ ଭଳି ତତ୍କାଳ ଉପଶମ ଦେବା ପାଇଁ ଦାବି ହୋଇଛି ବୋଲି ସିଂହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.