ନୂଆଦିଲ୍ଲୀ: ଦେଶରେ ପୁଣି ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ସାମ୍ପଲ ଟେଷ୍ଟକୁ ବୃଦ୍ଧି କରାଯାଇଛି । ଗତ କିଛି ଦିନ ହେବ ଏହି ସଂଖ୍ୟା କମ ଥିବାବେଳେ, ଗୋଟିଏ ଦିନରେ ଏଥିରେ ବୃଦ୍ଧି କରାଯାଇ 10 ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶର ସମସ୍ତ ଟେଷ୍ଟିଂ ଲ୍ୟାବରେ 10 ଲକ୍ଷ 28 ହଜାର 203ଟି ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ 12 କୋଟି 85 ଲକ୍ଷ 08 ହଜାର 389ଟି କୋରୋନା ଟେଷ୍ଟ ସରିଛି ।
ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 89 ଲକ୍ଷ 58 ହଜାର 484ରେ ପହଞ୍ଚିଛି । ସେଥିମଧ୍ୟରୁ ମୋଟ 1 ଲକ୍ଷ 31 ହଜାର 578 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।