ETV Bharat / bharat

24 ଘଣ୍ଟାରେ ଦେଶରେ ସରିଛି 14,69,984 କୋରୋନା ଟେଷ୍ଟ: ICMR - ଆଇସିଏମଆର

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ବୁଧବାର ଦେଶରେ 14 ଲକ୍ଷ 69 ହଜାର 984ଟି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ଏଯାବତ ଦେଶରେ 9 କୋଟି 86 ଲକ୍ଷ 70 ହଜାର 363 କୋରୋନା ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ ଦେଶରେ 14,69,984  କୋରୋନା ପରୀକ୍ଷା କରାଯାଇଛି

author img

By

Published : Oct 22, 2020, 1:46 PM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସାମ୍ପଲ ଟେଷ୍ଟ ଜାରି ରହିଛି । ପ୍ରତ୍ୟେକ ଦିନ ଦେଶରେ ଲକ୍ଷାଧିକ ଟେଷ୍ଟ କରାଯାଉଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ବୁଧବାର ଦେଶରେ 14 ଲକ୍ଷ 69 ହଜାର 984ଟି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ଏଯାବତ ଦେଶରେ 9 କୋଟି 86 ଲକ୍ଷ 70 ହଜାର 363 କୋରୋନା ପରୀକ୍ଷା କରାଯାଇଛି ।

ଅନ୍ୟଦେଶ ତୁଳନାରେ କୋଭିଡ ଟେଷ୍ଟିଂ ମାମଲାରେ ଭାରତ ଆଗୁଆ ରହିଛି । ଯାହାଦ୍ବାରା ଭାରତ ଭଳି ଜନବହୁଳ ଦେଶରେ ଟେଷ୍ଟିଂ ଦ୍ବାରା କୋରୋନା ସଂକ୍ରମଣ କମ କରାଯାଇପାରିଛି ।

ପ୍ରକାଶ ଥାଉକି, ଗତ 24 ଘଣ୍ଟାରେ ଦେଶରେ 55838 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 702ଜଣଙ୍କର ମୃତ୍ୟୁ ହୋଇଛି । ଆହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 77 ଲକ୍ଷ 6 ହଜାର 946ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 68 ଲକ୍ଷ 74 ହଜାର 518 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 7 ଲକ୍ଷ 15 ହଜାର 812 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 16 ହଜାର 616 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.