ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOPNEWS @5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 18, 2020, 5:03 PM IST

1.କୋରୋନାକୁ ମାତ ଦେଲେ ବୃଦ୍ଧ ଦମ୍ପତି, ଟ୍ବିଟ କରି ଶୁଭକାମନା ଜଣାଇଲେ ନବୀନ

ଜୁଲାଇ 17 ତାରିଖରେ ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳ ଏସମ୍ପର୍କରେ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଏହି ଟ୍ବିଟ୍ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଟ୍ବିଟ୍ କରି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

2.ମହାମାରୀ ନେଇ ଲୋକଙ୍କୁ ସଚେତନ କଲେ ଧର୍ମେନ୍ଦ୍ର ପ୍ରଧାନ

କୋରୋନା ମହାମାରୀ ନେଇ ଲୋକଙ୍କୁ ସଚେତନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ପ୍ରସ୍ତୁତ ଯାଏ ସଚେତନ ରହିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସମସ୍ତ ସରକାରୀ ନିୟମକୁ ମାନିବାକୁ ହେବ ।

3.ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା

ରାଜ୍ୟରେ ଦିନକୁ ଦିନ ଉତ୍କଟ ହେଉଛି ବେକାରୀ ସମସ୍ୟା । ଜାତୀୟସ୍ତରରୁ ଅଧିକ ରହିଛି ରାଜ୍ୟର ବେକାରୀ ହାର । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

4.କୁପୱାଡାର ଫରୱାର୍ଡ ପୋଷ୍ଟ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଏକ ଫରୱାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହା ସହିତ ସେ ସେଠାରେ ନିୟୋଜିତ ସୈନିକମାନଙ୍କ ସହ ଆଲୋଚନା କରିଛନ୍ତି ।

5.ଆସାମ ବନ୍ୟା ସ୍ଥିତି: ପୀଡିତଙ୍କୁ ସହାୟତା କରିବାକୁ ରାହୁଲଙ୍କ ଅପିଲ୍

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ସମଗ୍ର ଦେଶ ଆସାମ ସହିତ ଅଛି । ଆସାମ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି ଓ ରାଜ୍ୟବାସୀ ପ୍ରାକୃତିକ ବିପର୍ଯ୍ୟୟକୁ ଦୂର କରିବେ ବୋଲି ଆତ୍ମବିଶ୍ବାସ ବ୍ୟକ୍ତ କରିଛନ୍ତି ।

6.ମା-ଝିଅ ଆତ୍ମହତ୍ୟା ଉଦ୍ୟମ: 4 ଜଣଙ୍କ ବିରୋଧରେ ମାମଲା ରୁଜୁ, 2 ଗିରଫ

ସୋମବାର ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ମା-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ 4 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

7.ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ନିଜ ଦାବି ସାବ୍ୟସ୍ତ ନକଲେ ପଦ୍ମଶ୍ରୀ ଫେରାଇବେ କଙ୍ଗନା

ପୁଣି ନିଜ ବୟାନ ପାଇଁ ଚର୍ଚ୍ଚାରେ ବି-ଟାଉନର କୁଇନ କଙ୍ଗନା। ନିଜ ପଦ୍ମଶ୍ରୀ ଆୱାର୍ଡ ଫେରାଇବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

8.ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିଲେ ସତର୍କ, ଆସନ୍ତା 20ରୁ ନୂଆ ଆଇନ ଲାଗୁ

ଏଣିକି କୌଣସି ଉତ୍ପାଦ ସମ୍ବନ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ଦେବା ପଡିବ ଭାରୀ । ଜୁଲାଇ 20ରୁ ଦେଶରେ ଲାଗୁ ହେବ ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ-2019 ।

9.ୟୁଏଇରେ ଆଇପିଏଲ 2020: ପ୍ରାକ ପ୍ରସ୍ତୁତିରେ ଫ୍ରାଞ୍ଚାଇଜ

ଆଇପିଏଲ 2020 ୟୁଏଇରେ ଆୟୋଜନ ହେବାନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି । ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଟି-20 ବିଶ୍ବକପ ନିଷ୍ପତ୍ତିକୁ ବିସିସିଆଇ ଅପେକ୍ଷା କରିଛି ।

10.ଆଫଗାନିସ୍ତାନର ରାଜରାସ୍ତାରେ ବୋମା ବିସ୍ଫୋରଣ, 3 ମୃତ

ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ବାଗିସ୍ ପ୍ରଦେଶରେ ଏକ ରାସ୍ତା କଡରେ ବୋମା ବିସ୍ଫୋରଣ ଘଟିଛି । ଘଟଣାରେ ଜଣେ ଶିଶୁ ସମେତ ତିନି ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.