ପୁଣେ: ଟୋକନ ନାହିଁ ତ ମଦ ନାହିଁ । ଏଣିକି ଆଉ ବିନା ଟୋକନରେ ମଦ ଦେବେନି ବ୍ୟବସାୟୀ । ମଦ ଦୋକୋନାରେ ଭିଡ ନିୟନ୍ତ୍ରଣ କରିବାକୁ ପୁଣେର ସମସ୍ତ ଦୋକାନରେ ଟୋକନ ବ୍ୟବସ୍ଥା ଲାଗୁ କରାଯିବ । ଏନେଇ ଡିଭିଜିନାଲ କମିଶନର ଦିପକ ମହୈଶେଖର କହିଛନ୍ତି ।
ଲକଡାଉନ 3.0 ପରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା । ଲୋକେ ସବୁ ନିୟମକୁ ଭୁଲି ମଦ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇଥିଲେ । କୋଭିଡ-19 ଉଲ୍ଳଙ୍ଘନ ଅଭିଯୋଗରେ ପୁଣେର 9ଟି ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
କୋରୋନା ଦେଶ ଯୋଗୁଁ ମହାରାଷ୍ଟ୍ର ସର୍ବାଧିକ 617 ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । 15525 ଜଣ କୋରୋନା ଚିହ୍ନଟ ହୋଇଛନ୍ତି ।