ETV Bharat / bharat

ଆଜି ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ

author img

By

Published : Apr 13, 2020, 10:06 AM IST

Updated : Apr 13, 2020, 12:08 PM IST

ଭିନ୍ନ ଆମ ପରମ୍ପରା ଭିନ୍ନ ଆମ ସଂସ୍କୃତି । ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିଠୁ ଆରମ୍ଭ ହୋଇଥାଏ ଓଡିଆ ନବବର୍ଷ । ଏହି ଦିନ ଅତି ଆନନ୍ଦଉଲ୍ଲାସର ସହ ପାଳିଥାନ୍ତି ଓଡିଶାବାସୀ । ଘରେ ଘରେ ପଣା କରି ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି ।

ଆଜି ପଣା ସଂକ୍ରାନ୍ତି
ଆଜି ପଣା ସଂକ୍ରାନ୍ତି

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଉ ଏଇଠୁ ଆରମ୍ଭ ହୁଏ ଓଡିଆଙ୍କ ନବବର୍ଷ । ଏହାଛଡା ଓଡିଶାରେ ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଧୁମଧାମରେ ଏହି ଦିନକୁ ପାଳନ କରାଯାଇଥାଏ । ସାରା ରାଜ୍ୟ ଆଜିର ଦିନରେ ଚଳଚଞ୍ଚଳ ହୋଇପଡେ । କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ ଏହା ଫିକା ପଡିଯାଇଛି ।

ଆଜି ପଣା ସଂକ୍ରାନ୍ତି
ଆଜି ପଣା ସଂକ୍ରାନ୍ତି

ଆଜିଠୁ ନୂଆ ପାଞ୍ଜିର ବ୍ୟବହାର ହୋଇଥାଏ । ଏହି ଦିନ ଚଉରା ମୂଳେ ଓ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଛତୁଆ ଓ ପଣା ଭୋଗ ହୋଇଥାଏ । ଏହାସହ ଖରାରୁ ରକ୍ଷା ପାଇବା ପାଇଁ ଚଉରା ମୂଳେ ଛାମୁଣ୍ଡିଆ ବନ୍ଧାଯାଇ ଏକ ଶିକା ମାଧ୍ୟମରେ ଘଡି ବା ଠେକି(ଛୋଟ ମାଟି ହାଣ୍ଡି) ବନ୍ଧା ଯାଇଥାଏ । ଯେଉଁଥିରେ ତୁଳସୀ ମାଆଙ୍କୁ ପାଣି ଦିଆଯାଏ ।

oday-is-odia-new-year-and-mahabisuba-sankranti
ଆଜି ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ

ଏହି ଦିନରେ ଘରେ ଘରେ ବେଲ ପଣା ସାଙ୍ଗକୁ ଛତୁଆ ଓ ବିଭିନ୍ନ ପିଠା ପଣା କରାଯାଇଥାଏ । ସକାଳୁ ଉଠି ମନ୍ଦିର ଯାଇ ଖୁବ ଆନନ୍ଦ ଉଲ୍ଲାସ ସହ ପଣା ପିଇ ସମସ୍ତେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି । ହନୁମାନ ଜୟନ୍ତୀ ହୋଇଥିବାରୁ ସହରରେ ଥିବା ହନୁମାନ ମନ୍ଦିରରେ ଦିନ ତମାମ ଗହଳି ଚହଳି ଲାଗିରହିଥାଏ । କିନ୍ତୁ କୋରୋନା ଲକଡାଉନ ଯୋଗୁଁ ସବୁକିଛି ଫିକା ପଡଯାଇଛି ।

mahabisuba sankranti
ଆଜି ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ

ସମାଜିକ ଦୂରତା ବଜାୟ ରଖିବାକୁ ସମସ୍ତ ଧର୍ମସ୍ଥଳୀ ବନ୍ଦ ରହିଛି । ଏହାଛଡା କେରଳରେ ଆଜି ଭିଷୁ, ଉତ୍ତର ଭାରତରେ ବୈଶାଖୀ, (ପଶ୍ଚିମବଙ୍ଗ, ତ୍ରିପୁରା, ବାଙ୍ଗାଲାଦେଶ)ରେ ପହେଲା ବୈଶାଖ, ଆସାମର ବିହୁ ଭାବରେ ଆଜିର ଦିନକୁ ଧୁମଧାମରେ ପାଳନ କରାଯାଇଥାଏ ।

Last Updated : Apr 13, 2020, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.