ETV Bharat / bharat

ପାଟ୍ରୋଲିଂ ସମୟରେ ଚାଷୀଙ୍କୁ ଉତ୍ସାହିତ କଲେ ଆନ୍ଧ୍ରପ୍ରଦେଶର ତିରୁପତି ଏସପି

author img

By

Published : May 13, 2020, 4:33 PM IST

ଆନ୍ଧ୍ରପ୍ରଦେଶର ତିରୁପତିରେ ମହାମାରୀ କୋରୋନାକୁ ନେଇ ଚାରିଆଡେ ଲକଡାଉନ ଓ ସଡଡାଉନ ଚାଲିଥିଲା ବେଳେ ପୋଲିସ ପାଟ୍ରୋଲିଂ ସମୟରେ ଏସପି ଚାଷ କାର୍ଯ୍ୟରେ ନିଜକୁ ସାମିଲ କରି ଚାଷୀଙ୍କୁ ଲକଡାଉନ ସମୟରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛନ୍ତି । ଅଧିକ ପଢନ୍ତୁ...

tirupati-sp-encouraged-farmers-during-the-lockdown
ଲକଡାଉନ ସମୟରେ ଚାଷୀଙ୍କୁ ଉତ୍ସାହିତ କଲେ ଆନ୍ଧ୍ରପ୍ରଦେଶର ତିରୁପତି ଏସପି

ଅମରାବତୀ: ଏସପି ଚାଷ କାର୍ଯ୍ୟରେ ସାମିଲ ହେଲେ। ମହାମାରୀ କୋରୋନାକୁ ନେଇ ଚାରିଆଡେ ଲକଡାଉନ ଓ ସଡଡାଉନ ଚାଲିଥିଲା ବେଳେ ପୋଲିସ ପାଟ୍ରୋଲିଂ ସମୟରେ ଏସପି ଚାଷ କାର୍ଯ୍ୟରେ ନିଜକୁ ସାମିଲ କରି ଚାଷୀଙ୍କୁ ଲକଡାଉନ ସମୟରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ତିରୁପତିରେ ।

ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ତିରୁପତି ସହରାଞ୍ଚଳ ଏସପି ଅଭଲା ରମେଶ ରେଡ୍ଡୀ ମହାମାରୀ କୋରୋନାକୁ ନେଇ ଲକଡାଉନ ସମୟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଭେଙ୍କେଟଗିରି ରାସ୍ତାର ୟେରିପେଦୁରେ ଚାଷ କାର୍ଯ୍ୟ କରୁଥିବା ଚାଷୀ ଓ ଶ୍ରମିକ ମାନଙ୍କୁ ଦେଖିବା ପରେ ଚାଷୀଙ୍କ ସହିତ ଚାଷ ଜମିରେ ଯାଇ ଧାନ ତୋଳି ବାହାରକରିବା କାର୍ଯ୍ୟ କରିଥିଲେ। ଏହା ସହ ଚାଷୀଙ୍କୁ ଚାଷ କାର୍ଯ୍ୟ ଜାରୀ ରଖିବା ପାଇଁ କହିଛନ୍ତି ।

ଏସପି କହିଛନ୍ତି ଲକଡାଉନ କଟକଣା ସମୟରେ ଯେ କୌଣସି ପ୍ରକାରର ସାହାର୍ଯ୍ୟ ଦରକାର ପଡିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଲକଡାଉନ ସମୟରେ ଏସପି ଚାଷୀଙ୍କ ସହିତ ମିଶି ଉତ୍ସାହିତ କରିବା ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.