ETV Bharat / bharat

ତିରୂମୂର୍ତ୍ତି ଜାତିସଙ୍ଘରେ ଭାରତର ନୂଆ ସ୍ଥାୟୀ ପ୍ରତିନିଧି - ଟିଏସ ତିରୂମୂର୍ତ୍ତି ଜାତିସଙ୍ଘରେ ଭାରତର ନୂଆ ସ୍ଥାୟୀ ପ୍ରତିନିଧି

ତିରୂମୂର୍ତ୍ତି ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ 1985ରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ତିରୂମୂର୍ତ୍ତି ଜାତିସଙ୍ଘରେ ଭାରତର ନୂଆ ସ୍ଥାୟୀ ପ୍ରତିନିଧି

author img

By

Published : Apr 30, 2020, 8:07 PM IST

ନୂଆଦିଲ୍ଲୀ: ଟିଏସ ତିରୂମୂର୍ତ୍ତି ଜାତିସଙ୍ଘରେ ଭାରତର ନୂଆ ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ବୁଧବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ନ୍ୟୁୟର୍କ ସ୍ଥିତ ଜାତିସଙ୍ଘ କାର୍ଯ୍ୟାଳୟରେ ସେ ଦାୟିତ୍ବ ଗ୍ରହଣ କରିବେ ।

ସେ ସୟଦ ଆକବରୁଦ୍ଦିନଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି । ଆକବରୁଦ୍ଦିନ 2016ରୁ 4 ବର୍ଷ ଧରି ଏହି ପଦବୀରେ ଥିଲେ । ଏବେ ସେ ଅବସର ଗ୍ରହଣ କରୁଥିବାରୁ ତାଙ୍କ ସ୍ଥାନରେ ତିରୂମୂର୍ତ୍ତି ନୂଆ ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି ।

ତିରୂମୂର୍ତ୍ତି ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ 1985ରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ । ଏକ ପ୍ରେସ ରିଲିଜରେ ମନ୍ତ୍ରଣାଳୟ ପକ୍ଷରୁ ତିରୂମୂର୍ତ୍ତିଙ୍କୁ ନୂଆ ଆମ୍ବାସାଡାର ନିଯୁକ୍ତି ନେଇ ସୂଚନା ଦିଆଯାଇଛି ।

ସେହିପରି ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ନମ୍ରତା ଏସ କୁମାର ରିପବ୍ଲିକ ଅଫ ସ୍ଲୋଭେନିଆରେ ନୂଆ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ଫିଲିଫାଇନ୍ସରେ ଭାରତୀୟ ରାଷ୍ଟ୍ରଦୂତ ଥିବା ଜୟଦୀପ ମଜୁମଦାର ଅଷ୍ଟ୍ରେଲିଆରେ ଭାରତୀୟ ଆମ୍ବାସାଡାର ଭାବେ ନିଯୁକ୍ତି ପାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.