ETV Bharat / bharat

ତିନି ବର୍ଷରେ ଆଇବିସି: ଅବୁଝା କିନ୍ତୁ ପରିବର୍ତ୍ତନ ଦିଗରେ

author img

By

Published : Nov 7, 2019, 11:37 PM IST

ଦି ଇନସଲଭାନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋର୍ଡକୁ 2016 ମସିହାରୁ ଆଇନରେ ପରିଣତ କରାଯାଇଛି । ହେଲେ ଏହାର ପ୍ରାସଙ୍ଗିକତାକୁ ନେଇ ଲୋକଙ୍କ ମନରେ ଅନେକ ଧାରଣା ଜାତ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଦି ଇନସଲଭାନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋର୍ଡକୁ ଗତ 2016 ଡିସେମ୍ବରରୁ ପୂର୍ଣ୍ଣ ଭାବରେ ଆଇନରେ ପରିଣତ କରାଯାଇଛି । ଏହି କ୍ରମରେ ଦି ଇନସଲଭାନ୍ସି ଆଣ୍ଡ ବ୍ୟାଙ୍କରପ୍ସି ବୋର୍ଡ ଅଫ ଇଣ୍ଡିଆ 2016 ଅକ୍ଟୋବର ପହିଲାରୁ ପ୍ରତିଷ୍ଠା କରାଯାଇଛି । ଦେଶରେ ଋଣକାରୀ ଋଣ ପରିଶୋଧରେ ଅକ୍ଷମତା ଯୋଗୁଁ ଏହି କୋର୍ଡର ଆବଶ୍ୟକତା ପଡିଥିଲା । ଏହା ଦ୍ବାରା କୌଣସି ଅନ୍ୟପକ୍ଷକୁ କ୍ଷତି ନ ପହଞ୍ଚାଇ ଋଣକାରୀଙ୍କୁ ସହଜରେ ଋଣ ପରିଶୋଧ କରିବାର ସୁଯୋଗ ଦିଆଯାଇଥାଏ । ଇନସଲଭାନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋର୍ଡ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ସମତୁଲ କରାଯାଇଛି । ଯାହା ମାଧ୍ୟମରେ ଜଣେ ଋଣକାରୀ ଋଣଦାତା ଠାରୁ ନିର୍ଯ୍ୟାତିତ ନ ହୋଇ ଏକ ବୁଝାମଣା ଦିଗରେ ନିଜର ଋଣ ପରିଶୋଧ କରିପାରିବ । ଏଥିପାଇଁ ଆଇବିସି ପକ୍ଷରୁ ମାମଲା ରୁଜୁ ହେବାର 270 ଦିନ ଭିତରେ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସାରିବାର ବ୍ୟବସ୍ଥା କରାଯାଇଥାଏ ।

କାର୍ଯ୍ୟ ଓ ପ୍ରତିବନ୍ଧକ

ଗୋଟିଏ ପ୍ରଗତିଶୀଳ ଦେଶର ଅର୍ଥନୀତି ବେସରକାରୀ ସଂସ୍ଥା ଗୁଡିକର ଅଭିବୃଦ୍ଧି ଉପରେ ବେଶୀ ନିର୍ଭରଶୀଳ ହୋଇଥାଏ । ଏହା ଦ୍ବାରା ବାଣିଜ୍ୟ କାରବାର ବୃଦ୍ଧି ପାଇବା ସହ ନିଯୁକ୍ତି, ମୋଟ ଘରୋଇ ଉତ୍ପାଦ ଓ ରାଜସ୍ବ ମଧ୍ୟ ବୃଦ୍ଧି ପାଇଥାଏ । ଏକ ଘରୋଇ ସଂସ୍ଥାର ସଫଳତା ଦୁଇଟି ଉପାଦାନ ଉପରେ ନିର୍ଭର କରିଥାଏ । ଗୋଟିଏ ହେଉଛି କ୍ରୟ, ବିକ୍ରୟ ଓ ଅନ୍ୟଟି ପ୍ରବେଶ ତଥା ବ୍ୟବସାୟରେ ତିଷ୍ଠି ରହିବା । ଏହା ବିନା ଘରୋଇ ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥାଏ । ବ୍ୟବସାୟର ଅନ୍ୟ ଏକ ଦିଗ ହେଉଛି ପୁଞ୍ଜିର ଆବଶ୍ୟକତା ଓ ପୁଞ୍ଜିନିବେଶ ପରେ ଋଣର ପରିଶୋଧ । ଋଣ ପରିଶୋଧ ହିଁ ଦେଶରେ ପୁଞ୍ଜି ଅଭାବର ଏକ ପ୍ରମୁଖ କାରଣ ଭାବରେ ଉଭା ହୁଏ । ଭାରତରେ ଗତିଶୀଳ ବଣ୍ଡ ମାର୍କେଟ ନଥିବାରୁ ଏହା ଏକ ସମସ୍ୟା ଭାବରେ ଉଭା ହୁଏ ।

ଆଇବିସିର ଅବଦାନକୁ ଖରାପ ଭାବରେ ଗ୍ରହଣ କରାଯାଉଛି । ଅବଦାନକୁ ଗୁରୁତ୍ବ ଦେବା ପରିବର୍ତ୍ତେ ଋଣର ପ୍ରକାର ଓ ଆଇବିସି ବିରୋଧରେ ଲୋକଙ୍କ ବିଚାର କରିଛନ୍ତି । ଡିସେମ୍ବର 2016ରୁ ସେପ୍ଟେମ୍ବର 2019 ମଧ୍ୟରେ 2542ଟି କର୍ପୋରେଟ ଇନସଲଭାନ୍ସି ମାମଲା ରୁଜୁ କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର 186ଟିକୁ ଅପିଲ, ସମୀକ୍ଷା ଓ ସମାଧାନ ମାଧ୍ୟମରେ ବନ୍ଦ କରାଯାଇଛି । ଅନ୍ୟ 116ଟିକୁ ପ୍ରତ୍ୟାହାର କରାଯାଇଛି । ସେହିପରି 587ଟି ମାମଲାକୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ 156ଟି ମାମଲାକୁ ପୁନଃ ସମାଧାନ କରାଯାଇଛି । ସମାଧାନରେ 498ଟି ମାମଲାର ସ୍ବତଃ ଫଳାଫଳ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ 75 ପ୍ରତିଶତଙ୍କ ବାଣିଜ୍ୟରେ କ୍ଷତି ହୋଇଥିବା କୁହାଯାଇଛି । ଏହି ଉପରୋକ୍ତ ସମୟସୀମା ମଧ୍ୟରେ ସମୁଦାୟ 3 ଲକ୍ଷ 32 ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।

ସମାଲୋଚନା ଓ ଜଟିଳତା

ଆଇବିସିର ନିୟମ ଆଧାରରେ ଋଣ ପରିଶୋଧ ବହୁତ ଧିମା ହୋଇଥାଏ । 270 ଦିନର ବ୍ୟବଧାନ ପରେ ମଧ୍ୟ ବେଳେ ବେଳେ ଏହାକୁ ପାଳନ କରାଯାଇପାରେ ନାହିଁ । ଏହାକୁ ପାଳନ କରିବାର ହାରାହାରି 300 ଦିନରୁ 374 ଦିନ ଲାଗୁଥିବା ବେଳେ କେତେକ ଘଟଣାରେ ଏହା ଅଧିକ ସମୟ ନେଇଥାଏ । ଏଥିପାଇଁ ପ୍ରମୁଖ ଭାବରେ ଆଇବିସି ସମାଲୋଚନାର ଶିକାର ହୋଇଥାଏ । ଗୋଟିଏ କମ୍ପାନୀରେ ବୃହତ ଋଣ ସହିତ ଦାୟିତ୍ବହୀନତା କାରଣରୁ ସଂପୂର୍ଣ୍ଣ ଋଣ ପୁନଃପରିଶୋଧ କରିବାର 10 ପ୍ରତିଶତ ସମ୍ଭାବନା ରହିଥାଏ । ଋଣ ଖିଲାପ ମାମଲାରେ ଋଣଦାତା କେତେ ସହ୍ୟ କରିପାରିବ ତାହା ସବୁବେଳେ ପ୍ରଶ୍ନ ହୋଇଥାଏ । ଏହି କାରଣରୁ ଋଣଦାତା ଋଣ ଦେବାବେଳେ ବିବେକପୂର୍ଣ୍ଣ ହେବାର ଆଶା ଥାଏ । ଅବଶୋଷର ତୁଳନାରେ ସୁରକ୍ଷିତ ରହିବା ପାଇଁ ଉତ୍ତମ ବ୍ୟାଙ୍କିଙ୍ଗରେ ମାଲିକ ତର୍କ କରିଥାଏ । ଆଇବିସି ମାମଲାରେ ପୁନଃଭରଣା ହାର ପାଖାପାଖି 10 ପ୍ରତିଶତରୁ 150 ପ୍ରତିଶତ ରହିଥାଏ ।

ଡ. ଏସ. ଅନଥ, ଅର୍ଥନୀତି ବିଶେଷଜ୍ଞ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.