ETV Bharat / bharat

ମାଡ ଖାଇଲେ ଯବାନ, ସାହାଯ୍ୟ ନକରି ନିଲମ୍ବିତ ହେଲେ ତିନି ପୋଲିସ - punjab police suspended for not helping soldier

ଗତ ଶୁକ୍ରବାର ଜଣେ ଯବାନ ମାଡ ଖାଉଥିବା ଦେଖି  3 ପୋଲିସ ଅଫିସର  ଏହାର ବିରୋଧ କରିନଥିଲେ । ଯାହାଫଳରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସେମାନଙ୍କୁ ନିଲମ୍ବିତ କରିଛନ୍ତି ।

ଫାଇଲ ଫଟୋ
author img

By

Published : Sep 15, 2019, 9:19 AM IST

ଚଣ୍ଡିଗଡ: ତିନି ପୋଲିସ ଅଫିସରଙ୍କୁ ନିଲମ୍ବନ କଲେ ପଞ୍ଜାବ ସରକାର । ଗତ ଶୁକ୍ରବାର ଜଣେ ଯବାନ ମାଡ ଖାଉଥିବା ଦେଖି ଏହି ପୋଲିସ ଅଫିସରମାନେ ଏହାର ବିରୋଧ କରିନଥିଲେ । ଯାହାଫଳରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସେମାନଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଏହି ପୋଲିସ କର୍ମୀମାନେ ଜଣେ ଡ୍ରଗ୍ସ ବ୍ୟବସାୟଙ୍କ ଘରେ ଚଢାଉ କରିବା ପାଇଁ ଯାଇଥିଲେ । ଏହି ସମୟରେ ଲୋକମାନେ ପୋଲିସ କର୍ମୀମାନଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଏହି ସମୟରେ କିଛି ଲୋକ ପୋଲିସ ଟିମ୍ ସହ ଯାଇଥିବା ଜଣେ ଯବାନଙ୍କୁ ଟାଣି ନେଇ ମାଡ ମାରିଥିଲେ ।

କିନ୍ତୁ ଏଠାରେ ଆଶ୍ଚର୍ଯ୍ୟକର ଘଟଣା ଏହା ଯେ ଯବାନଟି ମାଡ ଖାଉଥିବା ଦେଖି ଏହି ପୋଲିସ ଅଫିସରମାନେ ଲୋକମାନଙ୍କୁ ବିରୋଧ କରିନଥିଲେ । ଘଟଣା ଜଣାପଡିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଉକ୍ତ ପୋଲିସ ଅଫିସରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଘଟଣା ନେଇ ଫେସବୁକରେ ଏକ ପୋଷ୍ଟ ଲେଖିଛନ୍ତି । ସେ ଲେଖିଛନ୍ତି ପୋଲିସ ପୋଷାକ ପିନ୍ଧିଥିବା କର୍ମୀମାନଙ୍କର ଏଭଳି କାର୍ଯ୍ୟକଳାପ ସ୍ବୀକାର କରାଯିବନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.