ETV Bharat / bharat

କାନପୁର ଏନକାଉଣ୍ଟର ମାମଲା, ନିଲମ୍ବିତ ହେଲେ ଆଉ 3 ପୋଲିସ

author img

By

Published : Jul 6, 2020, 11:47 AM IST

କାନପୁର ଏନକାଉଣ୍ଟରରେ ଗୁରୁତ୍ବପୂର୍ଣ୍ଣ ଖୁଲାସା ହୋଇଛି। ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ସହ ଯୋଗାଯୋଗରେ ଥିଲେ 2 ପୋଲିସ ଅଫିସର ଓ ଜଣେ କନେଷ୍ଟବଳ ।

କାନପୁର ଏନକାଉଣ୍ଟର ମାମଲା
କାନପୁର ଏନକାଉଣ୍ଟର ମାମଲା

ଲକ୍ଷ୍ନୌ: କାନପୁର ଏନକାଉଣ୍ଟରରେ ଗୁରୁତ୍ବପୂର୍ଣ୍ଣ ଖୁଲାସା ହୋଇଛି। ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ସହ ଯୋଗାଯୋଗରେ ଥିଲେ 2 ପୋଲିସ ଅଫିସର ଓ ଜଣେ କନେଷ୍ଟବଳ । ସେମାନଙ୍କର କଲ୍ ବିବରଣୀରୁ ଏହି ତଥ୍ୟ ପ୍ରକାଶ ପାଇଛି। ତେବେ ଏହାପରେ ପୋଲିସ ଅଫିସର କୁଁଅର ପାଲ ଓ କୃଷ୍ଣ କୁମାର ଶର୍ମାଙ୍କ ସମେତ କନେଷ୍ଟବଳ ରାଜୀବକୁ ନିଲମ୍ବିତ କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ବିକାଶ ଦୁବେର ଘନିଷ୍ଠ ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରି ଧରାପଡିଥିଲା। ସେ କହିଛନ୍ତି ଯେ ବିକାଶ ଦୁବେ ପୋଲିସଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୟାଶଙ୍କର କହିଥିଲା ଯେ ଚଢାଉ ହେବାର ସୂଚନା ବିକାଶ ପୋଲିସ ଷ୍ଟେସନରୁ ହିଁ ପାଇଥିଲା । ଏହା ପରେ ବିକାଶ 25-30 ଜଣ ଲୋକଙ୍କୁ ଡାକିଥିଲା। ଏହି ସମସ୍ତ ଲୋକ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଥିଲେ।

ପୋଲିସକୁ ଏହି ଖବର ମିଳିବା ପରେ ଏଥିରେ ସାମିଲ ଥିବା ପୋଲିସ କର୍ମଚାରୀଙ୍କୁ ଖୋଜିବା ଆରମ୍ଭ କରାଯାଇଥିଲା । ଏହାପରେ ଚୌବେପୁର ପୋଲିସ ଷ୍ଟେସନରେ ଥିବା 2 ପୋଲିସ ଅଫିସର ସମେତ ଜଣେ କନେଷ୍ଟବଳକୁ ଏସଏସପି ନିଲମ୍ବିତ କରିଥିଲେ । 8 ପୋଲିସଙ୍କୁ ହତ୍ୟା କରିଥିବା ବିକାଶ ଦୁବେ ସନ୍ଧାନରେ ପୋଲିସ କ୍ରମାଗତ ଭାବେ ଚଢାଉ କରୁଛି। ବିକାଶର ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ଉପରେ ମଧ୍ୟ ପୋଲିସର ନଜର ରହିଛି । ତେବେ ଘଟଣାର 3 ଦିନ ପରେ ମଧ୍ୟ ବିକାଶର କୌଣସି ଖବର ମିଳିଲା ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.