ETV Bharat / bharat

ପିପିଇ କିଟ୍ ସାଜିଲା ଢାଲ, ଦୋକାନରୁ ଲୁଟିନେଲେ ସୁନା

କୋରୋନା ଲଢେଇରେ ପ୍ରଣ୍ଟଲାଇନ ଯୋଦ୍ଧାଙ୍କ ପାଇଁ ପିପିଇ କିଟ ଢାଲ ସାଜିଥିବାବେଳେ, ମହାରାଷ୍ଟ୍ରରେ ଏହା ସାହାର୍ଯ୍ୟରେ ଚୋରି କରୁଛନ୍ତି ଚୋର । ଅଧିକ ପଢନ୍ତୁ...

author img

By

Published : Jul 7, 2020, 6:17 PM IST

ପିପିଇ କିଟ୍ ସାଜିଲା ଢାଲ, ଦୋକାନରୁ ଲୁଟିନେଲେ ସୁନା
ପିପିଇ କିଟ୍ ସାଜିଲା ଢାଲ, ଦୋକାନରୁ ଲୁଟିନେଲେ ସୁନା

ମୁମ୍ବାଇ: ଗୋଟିଏ ପଟେ ଦେଶ କୋରୋନା ଭାଇରସ ସହ ମୁକାବିଲା କରିବା ପାଇଁ ବିଦେଶରୁ ପିପିଇ କିଟ ମଗାଉଛି । କୋରୋନା ଯୋଦ୍ଧାମାନେ ଏହାକୁ ପିନ୍ଧି କୋରୋନା ସହ ଲଢୁଛନ୍ତି । ହେଲେ ଅନ୍ୟ ପଟେ କିଛି ଲୋକ ବର୍ତ୍ତମାନ ପିପିଇ କିଟ ପିନ୍ଧି ଡକାୟତି କରିବା ଆରମ୍ଭ କରିଦେଇଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ସତାରା ଜିଲ୍ଲାରେ । ଯେଉଁଠି ଚୋରମାନେ ପିପିଇ କିଟ ପିନ୍ଧି ଏକ ଦୋକାନରୁ ସୁନା ଚୋରି କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଦୋକାନର ସିସିଟିଭି ଫୁଟେଜ ଅନୁସନ୍ଧାନ କରିବା ପରେ ଏହା ଜଣାପଡିଥିଲା ​​ଯେ, ପିପିଇ କିଟ ପିନ୍ଧିଥିବା ଚୋରମାନେ ଦୋକାନର ବିଭିନ୍ନ ସ୍ଥାନରୁ କିଛି ଶୋକେସ ଏବଂ ସୁନା ଅଳଙ୍କାର ଚୋରି କରିଥିଲେ। ଯାହାର ଓଜନ ପ୍ରାୟ 780 ଗ୍ରାମ ଅଟେ ।

ଏହି ଫୁଟେଜରେ ଚୋର ହାତରେ ଗ୍ଲୋବସ, ମାସ୍କ, ପିପିଇ କିଟ ଓ କ୍ୟାପ ପିନ୍ଧି ନିଜ ଶରୀର ସହ ମୁହଁକୁ ସମ୍ପୂର୍ଣ୍ଣ ଲୁଚାଇ ଦୋକାନରୁ ଚୋରି କରୁଥିବା ଦେଖିବାକୁ ମିଳିଛି । ତେବେ ଚୋରି ହୋଇଥିବା ସୁନାର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ।

ତେବେ ଚୋରମାନେ ଦୋକାନ କାନ୍ଥ ତାଡି ଦୋକାନ ଭିତରକୁ ପ୍ରବେଶ କରିଥିଲେ। ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.