ETV Bharat / bharat

କୋରୋନା କାଳ: ଏସି ଓ କୁଲର ବ୍ୟବହାର କରିବା ସମୟରେ ରୁହନ୍ତୁ ସାବଧାନ - cooler

କୋରୋନା ଠାରୁ ନିଜକୁ, ପରିବାରକୁ ଓ ସମାଜକୁ ଦୂରେଇ ରଖିବାକୁ ଆମକୁ ଅନେକ ସଚେତନ ରହିବାକୁ ପଡିବ । ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲୁଥିବାବେଳେ ଏହି ସମୟରେ କି କି ପଦକ୍ଷେପ ଗ୍ରହଣ କରିବାକୁ ପଡିବ ପଢନ୍ତୁ...

କୋରୋନା: ଏସି ଓ କୁଲର ବ୍ୟବହାର କରିବା ସମୟରେ ରୁହନ୍ତୁ ସାବଧାନ: ସ୍ବାସ୍ଥ୍ୟ ମନ୍ତ୍ରାଳୟ

author img

By

Published : May 27, 2020, 3:27 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ କୋରୋନା ବିପଦ ଏବଂ ଅନ୍ୟ ପଟେ ଦିନକୁ ଦିନ ବୃଦ୍ଧି ପାଉଛି ଉତ୍ତାପ । ଆଉ ଏହି ଖରା କାରଣୁ ଘରେ ଓ କାରରେ ଏସି ବ୍ୟବହାର କରିବା ସ୍ବଭାବିକ । ଏବେ ପ୍ରଶ୍ନ ହେଉଛି ଯେ, ଏସିରେ କୋରୋନା ସଂକ୍ରମଣ ଅଧିକ ବ୍ୟାପୁଛି କି ? ସୋସିଆଲ ମିଡିଆରେ ଏ ବିଷୟରେ ଅନେକ ଗୁଜବ ପୂର୍ବରୁ ଦେଖାଦେଇଛି । କୋରୋନା ସମୟରେ ଏସି, କୁଲର ଆଦି ବ୍ୟବହାର ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଯଦି ଏସି, କୁଲର କିମ୍ବା ଫ୍ୟାନ ବ୍ୟବହାର କରୁଛନ୍ତି ତେବେ ନିୟମ ପାଳନ କରନ୍ତୁ । ଘର ଭିତରକୁ ଯେପରି ସତେଜ ପବନ ଆସିବ ସେନେଇ ଧ୍ୟାନ ଦିଅନ୍ତୁ । ଘରେ ଡିସଚାର୍ଜ ଫ୍ୟାନ ବ୍ୟବହାର କରନ୍ତୁ । ଘରକୁ ଭଲ ଭାବେ ପରିଷ୍କାର ରଖନ୍ତୁ । ଏସି କିମ୍ବା କୁଲର ଆଗରେ ବସିବା ସମୟରେ ସାମାଜିକ ଦୂରତା ପାଳନ କରନ୍ତୁ ଏବଂ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ ।

ଯୁଗ୍ମ ସଚିବ ଆହୁରି କହିଛନ୍ତି ଯେ, ସମଗ୍ର ବିଶ୍ବରେ କୋରୋନାରେ ମୃତ୍ୟୁ ହାର 6.4 ପ୍ରତିଶତ ରହିଥିବାବେଳେ, ଭାରତରେ ମୃତ୍ୟୁ ହାର 2.87 ପ୍ରତିଶତ ରହିଛି ଯାହା ସବୁଠୁ କମ ଅଟେ । କେତେକ ଦେଶରେ 19.9 ପ୍ରତିଶତ, 16.3 ପ୍ରତିଶତ ଥିବାବେଳେ କେତେକ ଦେଶରେ 14.3 ପ୍ରତିଶତ ମୃତ୍ୟୁ ହାର ରେକର୍ଡ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.