ETV Bharat / bharat

ନୀତିଶ କ୍ୟାବିନେଟର 8 ନୂଆ ଚେହେରାଙ୍କ ଭିତରେ ନାହିଁ ବିଜେପି - ନୀତିଶ

ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି 8 ନୂଆ ସଦସ୍ୟ । ସମସ୍ତ ସଦସ୍ୟ ଜେଡ଼ିୟୁର ହୋଇଥିବା ବେଳେ ସାମିଲ ନାହାଁନ୍ତି ଜଣେ ବି ବିଜେପି ଓ ଏଲଜିରପି ବିଧାୟକ ।

ଡ଼ିଜାଇନ ଫଟୋ
author img

By

Published : Jun 2, 2019, 8:50 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । 8 ଜଣ ନୂଆ ଚେହେରାଙ୍କୁ କରିଛନ୍ତି ସାମିଲ । ବିଧାନ ପରିଷଦର ତିନି ଜଣ ସଦସ୍ୟଙ୍କ ସହ ପାଞ୍ଚ ଜଣ ବିଧାୟକଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ରାଜଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ବିହାରରେ ଜେଡ଼ିୟୁ, ବିଜେପି ଓ ଏଲଜେପି ମେଣ୍ଟରେ ସରକାର ଗଠିତ ହୋଇଥିବା ବେଳେ ନୀତିଶଙ୍କ 8 ମନ୍ତ୍ରୀଙ୍କ ମଧ୍ୟରେ ଜଣେ ବି ନାହାଁନ୍ତି ବିଜେପି କିମ୍ବା ଏଲଜେପି ବିଧାୟକ । ଶପଥ ନେଇଥିବା ସମସ୍ତ ସଦସ୍ୟ ଜେଡ଼ିୟୁର ହୋଇଥିବାରୁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ନବଗଠିତ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜେଡ଼ିୟୁ କୌଣସି ସାଂସଦ ନଥିବାରୁ ନୀତିଶ ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଥିବା ବେଳେ ସ୍ବୟଂ ନୀତିଶ ଏହା ଉପରେ ପକାଇଛନ୍ତି ପୂର୍ଣ୍ଣଛେଦ । ସେପରି କିଛି ଅସନ୍ତୋଷ ଏନଡିଏ ସହ ନାହିଁ, ମନ୍ତ୍ରୀ ପରିଷଦରେ ଜେଡ଼ିୟୁର ନେତାଙ୍କର କୋଟା ଥିଲା ସେଥିପାଇଁ ସେମାନଙ୍କୁ ସାମିଲ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.