ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି କୋରୋନା ପୀଡିତଙ୍କ ସଂଖ୍ୟା 21 ରହିଥିବା ବେଳେ ଆଜି 33କୁ ବୃଦ୍ଧି ପାଇଛି । ଏନେଇ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଇଥାଲା ରାଜେନ୍ଦ୍ରପ୍ରକାଶ କରିଛନ୍ତି । ସେହିପରି ରାସ୍ତାରେ ସାଧାରଣ ଗାଡି ଚଳାଚଳ କଲେ ସିଜ କରାଯିବ ବୋଲି ତେଲେଙ୍ଗାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
![33 positive Coronavirus cases in the Telangana till now: Telangana Health Minister Eatala Rajendra](https://etvbharatimages.akamaized.net/etvbharat/prod-images/6516041_ts.jpg)
ରାଜ୍ୟର ପୀଡିତ ମାନଙ୍କ ମଧ୍ୟରେ 11ଜଣ ବିଦେଶୀ ନାଗରିକ ରହିଛନ୍ତି । ଅନ୍ୟପକ୍ଷରେ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି ।
ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 8ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 415 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରେ 41 ଜଣ ବିଦେଶୀ ନାଗରିକ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ