ହାଇଦ୍ରାବାଦ: ଭିଡିଓ କନଫରେନ୍ସିଂ ଆପ୍ ଜୁମ୍ ଏବଂ ଜିଓ ମିଟ୍ ମଧ୍ୟରେ ଚାଲିଛି କଡା ଟକ୍କର । ଉଭୟ ନିଜ ନିଜ ଫିଚରକୁ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚଲାଇଛନ୍ତି । ଲକଡାଉନରେ ଏହି ଦୁଇଟି ଆପ୍ ଉପରେ ଲୋକେ ଅଧିକ ନିର୍ଭର କରିଛନ୍ତି । ବିଶେଷ କରି ମିଟିଂ ପାଇଁ ବିଭିନ୍ନ କମ୍ପାନୀ ଏହି ଦୁଇଟି ଆପ୍ ଅଧିକ ବ୍ୟବହାର କରିଥିଲେ । ଏବେ ୟୁଜର୍ସଙ୍କ ପାଇଁ ବିଭିନ୍ନ ଆଡଭାନ୍ସଡ ଫିଚର ବାହାର କରି ଉଭୟ ଆପ୍ ପରସ୍ପରକୁ ଟକ୍କର ଦେଉଛନ୍ତି ।
ନିଜ ଫ୍ରି ପ୍ଲାନରେ ଜୁମ୍ ଗ୍ରୁପ ମିଟିଂ ଉପରେ 40 ମିନିଟ୍ ଲିମିଟ୍ ଲଗାଇଛି । ଯେବେକି ଜିଓ ମିଟ୍ ଏହି ଲିମିଟ୍ 24 ଘଣ୍ଟା ଲଗାଇଛି ଯାହା 24 ଘଣ୍ଟା ମାଗଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୁଗଲ ପ୍ଲେଷ୍ଟୋର ଏବଂ ଆଇଓଏସରେ ଏହି ସୁବିଧା ଉପଲବ୍ଧ କରିଛି ଜିଓ ମିଟ୍ । ସେହିପରି ଜୁମ୍ ସମୟ ସୀମାରୁ ଅଧିକ ହେଲେ ପ୍ରତି ମାସ 15 ଡଲାର ଚାର୍ଜ କରୁଛି ଯାହା ମିଟରେ ସମ୍ପୂର୍ଣ୍ଣ ମାଗଣା । ଏହାଦ୍ବାରା ଗୋଟିଏ ବର୍ଷରେ ମୋଟ୍ 13 ହଜାର 500 ସେଭିଙ୍ଗ୍ସ ହେଉଛି ଯାହା ୟୁଜର୍ସଙ୍କୁ ଅଧିକ ଆଟ୍ରାକ୍ଟ କରିଛି ।
ଏହା ସମ୍ପର୍କରେ ଜୁମ୍ ମଧ୍ୟ ସ୍ବୀକାର କରିଛି । ନିକଟରେ କମ୍ପାନୀ ପ୍ରକାଶ କରିଥିଲା ଯେ ବର୍ତ୍ତମାନ ଡିଜିଟାଲ ମିଡିଆରେ ଆପକୁ କଡା ଟକ୍କର ମିଳୁଛି । ପ୍ରତିଯୋଗିତା ମଧ୍ୟ ତୀବ୍ର ହୋଇଛି । ତେବେ ଏବେ ବି ଜୁମ୍ ଲକ୍ଷାଧିକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି କମ୍ପାନୀ ସୂଚନା ଦେଇଛି । ଜୁମ୍ ପାଇଁ ଏହି ଟାଇମ୍ ଲିମିଟ୍ ପ୍ରମୁଖ ସମସ୍ୟା ପାଲଟିଛି । ଏଥିରେ ପାଠ ପଢାଇବାଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଶିଘ୍ର ସାରିବାକୁ ପଡୁଛି । କାରଣ ଲିମିଟ୍ ଅନୁସାରେ ଅଧିକ ସମୟ ପାଇଁ ବେଶୀ ଚାର୍ଜ ଲାଗୁଛି ।
ଏହି ସମୟରେ ମିଟ୍ ଯେଉଁ ଫିଚର ଦେଇଛି ସେଥିରେ ସମସ୍ତଙ୍କୁ ଉପକାର ମିଳୁଛି । ଅଧିକ ସମୟ କ୍ଲାସ ନେବା ସହ ପିଲାମାନେ ନିଜ ପ୍ରଶ୍ନ ପଢାଇବାବେଳେ ପଚାରୁଛନ୍ତି । ଜୁମରେ ଆଗରୁ ପ୍ରସ୍ତୁତ କରିବାକୁ ପଡିଥାଏ କାରଣ ସମୟ ସୀମା ରହିଥାଏ । ସେହିପରି ଅନ୍ତର୍ଜାତୀୟ ସେମିନାରଗୁଡିକରେ ମଧ୍ୟ ଅଧିକ ସମୟ ଉପସ୍ଥିତ ରହୁଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଜୁମରେ ଏହା ଅଧାରୁ କଟିଯାଉଥିଲା । ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସହ ମିଟିଂ ପାଇଁ ଏହା ଲାଭଦାୟକ ହୋଇଛି । ମିଟରେ ଜଣେ ୟୁଜର୍ସ ଏକ ଭି଼ଡିଓ ମିଟିଂରେ ଭାଗ ନେଇଥିବା ସମସ୍ତଙ୍କର ଉପସ୍ଥାପନା ସମୟ ବଢାଇପାରୁଛି । ହେଲେ ଜୁମରେ ଏହା ସମ୍ଭବ ନଥିଲା । ସ୍କ୍ରିନ ଉପରେ ଡବଲ ଟାପ୍ କରି ଏହି ଅପସନ ଅତି ସହଜରେ ଉପଲବ୍ଧ ହୋଇପାରିବ ବୋଲି ମିଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଜିଓ ମିଟରେ ଆଗୁଆ 2ଟି ମିଟିଂ ପାଇଁ ସେଟିଙ୍ଗ୍ସ ଅପସନ ରହିଛି ।
ଜୁମରେ ସାଇନ ଅପ ପାଇଁ କେବଳ ଇମେଲ ଆଇଡି ଦରକାର । ମିଟରେ ଇମେଲ ସହ ମୋବାଇଲ ନମ୍ବର ମଧ୍ୟ ଆବଶ୍ୟକ । ଗୋଟିଏ ସିଙ୍ଗଲ ମୋବାଇଲ ସ୍କ୍ରିନରେ ଜୁମ୍ 4 ଜଣଙ୍କୁ ଭାଗ ନେବା ପାଇଁ ଅନୁମତି ଦେଉଛି । ହେଲେ ମିଟ୍ ଏଥିପାଇଁ 9 ଜଣଙ୍କୁ ଅନୁମତି ପ୍ରଦାନ କରିଛି ।
ଜୁମକୁ ଟକ୍କର ଦେଉଛି ଜିଓ ମିଟ୍ - ଭିଡିଓ କନଫରେନ୍ସିଂ ଆପ୍ ଜୁମ୍
ଭିଡିଓ କନଫରେନ୍ସିଂ ଆପ୍ ଜୁମ୍ ଏବଂ ଜିଓ ମିଟ୍ ମଧ୍ୟରେ ଚାଲିଛି କଡା ଟକ୍କର । ଉଭୟ ନିଜ ନିଜ ଫିଚରକୁ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚଲାଇଛନ୍ତି । ଅଧିକ ପଢନ୍ତୁ..