ETV Bharat / bharat

ଶୁକ୍ରବାର ସୁଦ୍ଧା ଦେଶରେ କରାଯାଇଛି 9540132 କୋରୋନା ଟେଷ୍ଟ: ICMR - corona virus

ଦେଶରେ ବୃଦ୍ଧି ପାଉଛି ସଂକ୍ରମଣ ହାର ସହ ସୁସ୍ଥ ସଂଖ୍ୟା, ସ୍ଥିର ରହିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ଶୁକ୍ରବାର ସୁଦ୍ଧା ଦେଶରେ 9540132 କୋରୋନା ଟେଷ୍ଟ କରାଯାଇଛି: ICMR

author img

By

Published : Jul 4, 2020, 12:14 PM IST

ନୂଆଦିଲ୍ଲୀ: ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ କିଛି ଦିନି ଭିତରେ ଅନେକ ମାତ୍ରାରେ ବଢିଛି ଏହି ସଂଖ୍ୟା । ଯାହାଦ୍ବାରା 6 ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚିଛି ସଂକ୍ରମଣ ମାମଲା । ଏହି ସଂକ୍ରମଣକୁ ନଜରରେ ରଖି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆସିଏମଆର) ପକ୍ଷରୁ କୋରୋନା ପରୀକ୍ଷା ଜାରି ରହିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 42 ହଜାର 383ଟି କୋରୋନା ନମୁନା ପରୀକ୍ଷା କରାଯାଇଛି। ଯାହା ଶୁକ୍ରବାର ସୁଦ୍ଧା 95 ଲକ୍ଷ 40 ହଜାର 132ଟି ସାମ୍ପଲ ଟେଷ୍ଟ କରାଯାଇଛି ।

ଶୁକ୍ରବାର ସୁଦ୍ଧା ଦେଶରେ 9540132 କୋରୋନା ଟେଷ୍ଟ କରାଯାଇଛି: ICMR
ଶୁକ୍ରବାର ସୁଦ୍ଧା ଦେଶରେ 9540132 କୋରୋନା ଟେଷ୍ଟ କରାଯାଇଛି: ICMR

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ଅନୁସାରେ, ଦେଶରେ ମୋଟ 6 ଲକ୍ଷ 48 ହଜାର 315ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 18 ହଜାର 655 ଜଣଙ୍କର ମୃତ୍ୟୁ ହୋଇଛି । ସେହପରି 3 ଲକ୍ଷ 94 ହଜାର 227ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 35 ହଜାର 433ଟି ମାମଲା ସକ୍ରିୟ ରହିଛି ।

ଏହାସହ କୋରୋନା ସୁସ୍ଥ ହାର ବୃଦ୍ଧି ପାଇ 60.80% ରେ ପହଞ୍ଚିଛି । ସେହିପରି ମୃତ୍ୟୁ ହାର 4.52% ରହିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.