ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ 15 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ମାମଲା ରିପୋର୍ଟ ହେଉଛି । ଯାହାକୁ ନେଇ ପୂର୍ବରୁ ଲକଡାଉନକୁ କୋହଳ କରାଯାଇଥିବାବେଳେ, ଏବେ ମାମଲା ବୃଦ୍ଧିକୁ ରଖି ଏହାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଦେଶରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏହାର ପରୀକ୍ଷାକୁ ମଧ୍ୟ ସେହପିରି ଭାବେ ବୃଦ୍ଧି କରାଯାଇଛି । ତେବେ ଗତ 24 ଘଣ୍ଟା ଭିତରେ ଦେଶରେ 2 ଲକ୍ଷ 10 ହଜାର 292ଟି ନମୁନା ପରୀକ୍ଷା କରାଯାଇଛି । ସେହିପରି ସୋମବାର ସୁଦ୍ଧା 86 ଲକ୍ଷ 8 ହଜାର 654ଟି ନମୁନା ପରୀକ୍ଷା ସରିଥିବା ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ।
ସ୍ବାସ୍ଥ୍ୟମନ୍ତ୍ରାଳୟର ସଦ୍ୟତମ ସୂଚନା ମୁତାବିକ, ବର୍ତ୍ତମାନ ସୁଦ୍ଧା ଭାରତରେ 5 ଲକ୍ଷ 66 ହଜାର 840ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି ।ଏଥିରେ 16 ହଜାର 893 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 3 ଲକ୍ଷ 34 ହଜାର 822 ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ 2 ଲକ୍ଷ 15 ହଜାର 125ଟି ମାମଲ ସକ୍ରିୟ ରହିଛି ।