ETV Bharat / bharat

ମହାପଞ୍ଚାୟତ ବେଳେ ଭୁଶୁଡିଲା ମଞ୍ଚ, ଉପସ୍ଥିତ ଥିଲେ ଟିକାୟତ

author img

By

Published : Feb 3, 2021, 3:28 PM IST

ଜିନ୍ଦରେ ଜାରି ମହାପଞ୍ଚାୟତର ନିର୍ମିତ ମଞ୍ଚ ଭୁଶୁଡି ପଡିଛି । ମଞ୍ଚ ଉପରେ ଉପସ୍ଥିତ ଥିଲେ ଚାଷୀ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

ଜିନ୍ଦରେ ଭୁଶୁଡିଲା ମହାପଞ୍ଚାୟତ ମଞ୍ଚ, ଉପସ୍ଥିତ ଥିଲେ ଟିକାୟତ

ଚଣ୍ଡିଗଡ: ହରିୟାଣାର ଜିନ୍ଦରେ ଜାରି ରହିଛି ଚାଷୀଙ୍କ ମହାପଞ୍ଚାୟତ । ତେବେ ଏଠାରେ ମହାପଞ୍ଚାୟତ ପାଇଁ ନିର୍ମିତ ମଞ୍ଚ ଭୁଶୁଡିପଡିଛି । ନିର୍ଦ୍ଧିଷ୍ଟ ସଂଖ୍ୟକରୁ ଅଧିକ ଲୋକ ମଞ୍ଚରେ ଚଢିଥିବା କାରଣରୁ ଏହା ଭୁଶୁଡି ପଡିଥିବା କୁହାଯାଉଛି । ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ଚାଷୀ ନେତା ରାକେଶ ଟିକାୟତ ।

ମଞ୍ଚ ଭୁଶୁଡିବା ପରେ ଉପସ୍ଥିତ ସମସ୍ତ ଲୋକ ତଳେ ପଡିଯାଇଥିଲେ । ହେଲେ ଚାଷୀ ନେତା ରାକେଶ ଟିକାୟତଙ୍କୁ କୌଣସି ଆଘାତ ଲାଗିଥିବା ନ ଜଣାପଡିଛି । ଚାଷୀଙ୍କ ଲଢେଇ ଦୃଢତାର କରାଯାଉଥିବା କହିଛନ୍ତି ଟିକାୟତ ।

ହରିୟାଣାର ଜିନ୍ଦରେ ଜାରି ମହାପଞ୍ଚାୟତରେ 3ଟି କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ଆଇନ ପ୍ରତ୍ୟାହାର, ଏମଏସପି ଓ ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାରର ଦାବି କରାଯାଇଛି ।

ଜିନ୍ଦର ମହାପଞ୍ଚାୟତରେ ଚାଷୀ ନେତା ରାକେଶ ଟିକାୟତ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି, ଏବେ ଆମେ ଆଇନ ପ୍ରତ୍ୟାହାରର ଦାବି କରିଛୁ, ଯଦି ଗାଦି ପ୍ରତ୍ୟାହାରର ଦାବି କରିବୁ ତ କଣ ହେବ ? ତେବେ ବର୍ତ୍ତମାନ ଜିନ୍ଦରେ ଚାଷୀଙ୍କୁ ଦିଲ୍ଲୀ ଯିବାର ଆବଶ୍ୟକତା ନଥିବା କହିଛନ୍ତି ଟିକାୟତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.