ETV Bharat / bharat

କୋରୋନା ମହାମାରୀ ପାଇଁ ହିମାଚଳ ପର୍ଯ୍ୟଟନରେ ବ୍ୟାପକ କ୍ଷତି

author img

By

Published : May 6, 2020, 8:42 PM IST

କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ସରକାର ଘୋଷଣା କରିଥିବା ଲକଡାଉନ ପାଇଁ ହିମାଚଳ ପ୍ରଦେଶର ଆର୍ଥିକ କାରବାରରେ ବାଧା ଆଣିଛି । ଚଳିତବର୍ଷ ପର୍ଯ୍ୟଟନ ଶିଳ୍ପରୁ ଭଲ ଆୟ ଆଶା କରାଯାଉଥିବା ବେଳେ କୋରୋନା ପାଇଁ ଏହା ଧୂଳିସାତ ହୋଇଛି । ଅଧିକ ପଢନ୍ତୁ...

The global pandemic is making economy of the state suffer
କୋରୋନା ମହାମାରୀ ପାଇଁ ହିମାଚଳ ପର୍ଯ୍ୟଟନରେ ବ୍ୟାପକ କ୍ଷତି

ଶିମଲା: କୋରୋନା ଭାଇରସ ସଂକ୍ରମଣ ପାଇଁ ହିମାଚଳ ପ୍ରଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଛାଟ ପଡିଛି । ରାଜ୍ୟର ବିକାଶରେ ପର୍ଯ୍ୟଟନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ମହାମାରୀ ଯୋଗୁଁ ରାଜ୍ୟର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି ।

ହିମାଚଳରେ 15 ଏପ୍ରିଲ ପରେ ଗ୍ରୀଷ୍ମ ଋତୁ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ମାସରୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଥାଏ । ଗତବର୍ଷ ମାର୍ଚ୍ଚରୁ ମେ ମଧ୍ୟରେ ପ୍ରାୟ 50 ଲକ୍ଷ ଘରୋଇ ତଥା ବିଦେଶୀ ପର୍ଯ୍ୟଟକ ହିମାଚଳ ପରିଦର୍ଶନ କରିବାକୁ ଆସିଥିଲା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ଶୂନ ରହିଛି ।

ଗତ ଦୁଇବର୍ଷ ମଧ୍ୟରେ ହିମାଚଳ ପ୍ରଦେଶରେ ଜଳଅଭାବ ଓ ଅନ୍ୟ କାରଣରୁ ପର୍ଯ୍ୟଟନ ପ୍ରଭାବିତ ହୋଇଥିବା । ତେଣୁ ଚଳିତ ବର୍ଷ ପର୍ଯ୍ୟଟନ ଶିଳ୍ପ ଏକ ଭଲ ବ୍ୟବସାୟର ଆଶା କରିଥିଲା । ହେଲେ କୋରୋନା ଭୂତାଣୁ କାରଣରୁ ଏହା ସମ୍ପୂର୍ଣ୍ଣ ଘାଟା ହୋଇଛି । ଏହି କାରଣରୁ ପର୍ଯ୍ୟଟନ ଶିଳ୍ପର ବ୍ୟବସାୟୀମାନେ କ୍ରମାଗତ ଭାବରେ କୋଟି କୋଟି କ୍ଷତି ହେତୁ ସରକାରଙ୍କ ଠାରୁ ସହାୟତା ଦାବି କରିଛନ୍ତି ।

2018 ମସିହାରେ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା 3.56 କୋଟି ରହିଥିଲା । ଯେଉଁଥିରେ 1.64 କୋଟି ମଧ୍ୟରୁ ବିଦେଶୀ ହୋଇଥିବାବେଳେ 1.60 କୋଟି ଭାରତୀୟ ରହିଥିଲେ । ଗତବର୍ଷ ଏହି ସଂଖ୍ୟା 1.72 କୋଟି ଥିଲା, ଯେଉଁଥିରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା 3.83 ଲକ୍ଷ ରହିଥିବା ବେଳେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା 1.68 କୋଟି ଥିଲା ।

ଯଦି କେବଳ ଗ୍ରୀଷ୍ମ ଋତୁ ବିଷୟରେ ଆଲୋଚନା କରିବା ତେବେ ମାର୍ଚ୍ଚରୁ ମେ ମଧ୍ୟରେ ହିମାଚଳ ପ୍ରଦେଶ ପରିଦର୍ଶନ କରିବାକୁ ଆସିଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା 49ଲକ୍ଷ 10ହଜାର 6ଶହ 72 ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା 1ଲକ୍ଷ 18ହଜାର 59 ଥିଲା । ଚଳିତ ବର୍ଷ ଶୂନକୁ ହ୍ରାସ ପାଇଛି । ଯାହା ପର୍ଯ୍ୟଟନ କ୍ଷେତ୍ର ପାଇଁ ବଡ କ୍ଷତି ।

ଏହି କ୍ଷୟକ୍ଷତି ଆକଳନ କରିବାକୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ଯାହାକି କ୍ଷୟକ୍ଷତିର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ । ଯାହା ମାଧ୍ୟମରେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ପର୍ଯ୍ୟଟନକୁ ମଜବୁତ କରିବାକୁ ଏକ ଯୋଜନା ପ୍ରସ୍ତୁତ ହେବ ।

କୋରୋନା କାରଣରୁ ପର୍ଯ୍ୟଟନ ବ୍ୟବସାୟ ସର୍ବାଧିକ ପ୍ରଭାବିତ ହୋଇଥିବା ନେଇ ଅଲ ହିମାଚଳ ଆସୋସିଏସନ ଅଫ ହସପିଟାଲିଟି ଆଣ୍ଡ ଟୁରିଜିମ ଫୋରମର ରାଜ୍ୟ ସଂଯୋଜକ ମହିନ୍ଦ୍ର ସେଠ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.