ETV Bharat / bharat

ସ୍ପେଶାଲ ଟ୍ରେନ: କୋଟାରୁ ରାଞ୍ଚି ଅଭିମୁଖେ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କୁ ସ୍ବରାଜ୍ୟ ଫେରାଇବା ସହାୟତା ପାଇଁ ଝାଡଖଣ୍ଡ ସିଏମ ହେମନ୍ତ ସୋରେନ କେନ୍ଦ୍ର ସରକାର, ରାଜସ୍ଥାନ ସିଏମ ଅଶୋକ ଗେହଲଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ....

Jharkhand
କୋଟାରୁ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ରାଞ୍ଚି ଅଭିମୁଖେ ଯାତ୍ରା କରିଛନ୍ତି
author img

By

Published : May 2, 2020, 3:06 PM IST

ଜୟପୁର: କୋରୋନା ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ଫସିରହିଛନ୍ତି ହଜାର ହଜାର ଲୋକ । ଲକଡାଉନ ହେତୁ ସମସ୍ତ କାମ ବନ୍ଦ ଥିବା ବେଳେ ପାଖରେ ଟଙ୍କା ସରିଯାଇଥିବାରୁ ଖାଇବା ଓ ରହିବାରେ ଅନେକ ଅସୁବିଧା ଭୋଗୁଛନ୍ତି ଲୋକେ । ଯେଉଁଥିପାଇଁ କିଏ କେଉଁ ଉପାୟରେ ନିଜ ଘରକୁ ଫେରୁଛନ୍ତି । ଏହାକୁ ନଜରରେ ରଖି ଦେଶର ବିଭିନ୍ନ ରାଜ୍ୟରେ ଫଶିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ସ୍ପେଶାଲ ଟ୍ରେନ ଚାଲିବା ଆରମ୍ଭ ହୋଇଛି ।

ସେହପରି, ରାଜସ୍ଥାନ କୋଟାରୁ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ଝାଡଖଣ୍ଡର ରାଞ୍ଚି ଅଭିମୁଖେ ଯାତ୍ରା କରିଛନ୍ତି । ଶୁକ୍ରବାର ଏହି ଟ୍ରେନ ରାଞ୍ଚି ଅଭିମୁଖେ ବାହାରିଛି । ସହାୟତା ପାଇଁ ଝାଡଖଣ୍ଡ ସିଏମ ହେମନ୍ତ ସୋରେନ କେନ୍ଦ୍ର ସରକାର, ରାଜସ୍ଥାନ ସିଏମ ଅଶୋକ ଗେହଲଟ ଓ ଅଫିସ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଉଥିବା କହିଛନ୍ତି । ସେହିପରି ଅନ୍ୟ ଏକ ଟ୍ରେନ ଧନବାଦ ପାଇଁ ଯାତ୍ରା ଆରମ୍ଭ କରିବ ।

ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ଉପରେ ବିଶେଷ ନଜର ରଖାଯାଉଛି । ଟ୍ରେନରେ ସୋସିଆଲ ଡିସଟାନ୍ସ ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କରାଯାଇଛି । ତେବେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଏହି ସ୍ପେଶାଲ ଟ୍ରେନ ଏବେ ଗଡିବା ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.