ETV Bharat / bharat

କୋଭିଡ-୧୯ର ସାମାଜିକ କଳଙ୍କ - କୋଭିଡ-୧୯

କୋଭିଡ-19ର ସମସ୍ତ ସାମାଜିକ ସଚେତନତା ସ୍ତତ୍ତ୍ବେ ଲୋକଙ୍କ ଉପରେ ଏହାର କୌଣସି ସକରାତ୍ମକ ପ୍ରଭାବ ପଡୁନି । ଲୋକେ ଦିନକୁ ଦିନ ଏହାର ଉଲ୍ଲଙ୍ଘନ କରି ସଂକ୍ରମିତଙ୍କୁ ଟାର୍ଗେଟ କରାଯାଉଥିବା ଖବର ସାମ୍ନାକୁ ଆସୁଛି। ଅଧିକ ପଢନ୍ତୁ...

କୋଭିଡ-୧୯ର ସାମାଜିକ କଳଙ୍କ
କୋଭିଡ-୧୯ର ସାମାଜିକ କଳଙ୍କ
author img

By

Published : Jul 2, 2020, 2:58 PM IST

ସମସ୍ତ ପ୍ରକାର ସଚେତନତା ପରେ ବି କୋଭିଡ-୧୯ ସଂକ୍ରମିତଙ୍କ ପ୍ରତି ଏକ ପ୍ରକାର ଅଲଗା ମନୋଭାବ ପ୍ରକାଶ ପାଉଛି । ‘ରୋଗୀଙ୍କୁ ନୁହଁ, କିନ୍ତୁ ରୋଗକୁ ଘୃଣାକର’ ଏହି ଉକ୍ତିର କିଛି ସ୍ଥାନରେ ଉଲ୍ଲଂଘନ ହେଉଥିବା ଜଣାପଡୁଛି । ଏ ସଂପର୍କରେ ଲୋକଙ୍କୁ କିପରି ଅଧିକ ସଚେତନ କରାଯାଇପାରିବ, ସେ ନେଇ ଡାକ୍ତର ଆଦିତ୍ୟତିୱାରୀ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ପ୍ରଶ୍ନ- ଯେତେବେଳେ ଆମେ ଫୋନ କରୁ, କଲ କନେକ୍ଟ ହେବା ଆଗରୁ ଏକ କଣ୍ଠ ସ୍ୱର କୋଭିଡ-୧୯ର ମୁକାବିଲା ନେଇ ଆମକୁ ସଚେତନ କରେ । ଆମେ କୋଭିଡ ସଂକ୍ରମଣର ମୁକାବିଲା କରିବା, ସଂକ୍ରମିତଙ୍କୁ ନୁହେଁ । ଏଭଳି ସଚେତନ ବାର୍ତ୍ତା ପରେ ବି ସଂକ୍ରମିତଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସୁଛି । ଆପଣ ଏ ସଂପର୍କରେ କଣ କହିବେ ?

ଉ- ସଂକ୍ରମଣ ଭୟରେ ସଂକ୍ରମିତଙ୍କ ପରିବାର ଲୋକଙ୍କୁ ହାଉସିଂ ସୋସାଇଟିଗୁଡିକ ସୋସାଇଟି ଭିତରେ ପ୍ରବେଶ କରିବାକୁ ଅନୁମତି ଦେଉନାହାନ୍ତି । ଜଣେ ମହିଳା ଡାକ୍ତରଙ୍କୁ ତାଙ୍କର ଜଣେ ପଡୋଶୀ ଗାଳିଗୁଲଜ କରୁଥିବା ଭିଡିଓ ଭାଇରାଲ ହୋଇଛି । କୋରୋନା ସଂକ୍ରମିତ ହୋଇଥିବା ଜଣେ ଡାକ୍ତର ହସପିଟାଲରେ ଭର୍ତି ହୋଇଥିଲେ । ସେଥିପାଇଁ ସେ ରହୁଥିବା ବିଲଡିଙ୍ଗକୁ ସିଲ୍‌ କରାଯାଇ ବିଶୋଧନ କରାଯାଇଥିଲା । ସେହି ଡାକ୍ତରଜଣକ ନିଜକୁ ଦୋଷୀ ମନେ କରି ନିଜ ଆଡୁ ପାଖପଡୋଶୀଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ହିଁ ଆଶ୍ୱସ୍ତ ହୋଇଥିଲେ । କିଛି ଲୋକ ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା ପରେ ଫେରାର ହୋଇଯାଉଛନ୍ତି । ଆଉ କିଛି ଆତ୍ମହତ୍ୟା କରୁଥିବାର ରିପୋର୍ଟ ମଧ୍ୟ ଆସିଛି । ଲୋକେ ସଂକ୍ରମଣକୁ ଭୟ କରୁନାହାନ୍ତି, ବରଂ ପାଖପଡୋଶୀ ଦ୍ୱାରା ଟାର୍ଗେଟ ହେବା ଭୟ ସେମାନଙ୍କୁ ଘାରିଛି । ‘ସାମାଜିକ ଦୂରତା’,ଏବେ ‘ସାମାଜିକ ବାସନ୍ଦ’ ସଦୃଶ ହୋଇଛି । ଏହି ଅପ୍ରିୟ ସତ୍ୟକୁ ଆମେ ଗ୍ରହଣ କରି ଏହାର ସମାଧାନର ବାଟ ବାହାର କରିବାକୁ ହେବ ।

ପ୍ରଶ୍ନ- କଣ ପାଇଁ କୋଭିଡ-୧୯ ରୋଗ ପ୍ରତି ଏଭଳି ପ୍ରତିକ୍ରିୟା ସୃଷ୍ଟି ହୁଏ ?

ଉ- ଯେତେବେଳେ ସଂକ୍ରମଣର ଆଶଙ୍କା ସୃଷ୍ଟି ହୁଏ, ସେତେବେଳେ ଲୋକେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡନ୍ତି । ସଂକ୍ରମିତଙ୍କଠାରୁ ନିଜକୁ ଦୂରେଇ ରଖନ୍ତି । ସେମାନଙ୍କୁ ଅଲଗା ଦୃଷ୍ଟିରେ ଦେଖନ୍ତି । ଏହା ପଛରେ ଥାଏ ଅଜ୍ଞାନତା । ଅଜ୍ଞାନତା ହିଁ ସାମାଜିକ କଳଙ୍କର କାରଣ ହୋଇଥାଏ । କୁଷ୍ଠ ରୋଗୀ, ମାନସିକ ରୋଗୀ ଓ ଏଚଆଇଭିପଜିଟିଭଙ୍କ କ୍ଷେତ୍ରରେ ବି କୋଭିଡ-୧୯ ରୋଗୀଙ୍କ ଭଳି ବ୍ୟବହାର ହେଉଥିଲା । ସେମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖାଯାଉଥିଲା । ଅତ୍ୟାଧୁନିକ ଟେକ୍ନୋଲୋଜି ଓ ରୋଗୀ ସେବାରେ ବ୍ୟାପକ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇପାରୁ ନାହିଁ ।

ପ୍ରଶ୍ନ -କୋଭିଡ-୧୯ ନେଇ ଗୁଡାଏ ମିଥ୍‌ ରହିଛି ?

ଉ- ଗରମ ଜଳବାୟୁରେ ଭାଇରସ ମରିଯାଏ ବୋଲି ଲୋକଙ୍କ ଭ୍ରାନ୍ତ ଧାରଣା ରହିଥିଲା । କିଛି ଲୋକ ସାନିଟାଇଜର, ମେଥାନଲ ଓ ଇଥାନଲ ବି ପିଇ ଦେଇଥିଲେ । ଆଉ କିଛି ଲୋକଙ୍କ ବିଶ୍ୱାସ ଯେ, ଭଗବାନ ସେମାନଙ୍କୁ ସଂକ୍ରମଣରୁ ବଞ୍ଚାଇବେ । ଏଥିପାଇଁ ସାନିଟାଇଜେସନ ଓ ସାମାଜିକ ଦୂରତାର ଆବଶ୍ୟକତା ନାହିଁ । ସାମାଜିକ ଦୂରତା ସମ୍ପର୍କିତ ମାର୍ଗଦର୍ଶିକାକୁ ଉପେକ୍ଷା କରି ଅନେକ ସ୍ଥାନରେ ଧାର୍ମିକ ସମାବେଶ ହୋଇଛି । କୋଭିଡକୁ ନେଇ ଅନେକ ପ୍ରକାର ସଂଶୟମୂଳକ ଖବର ମୁଖ୍ୟସ୍ରୋତ ମିଡିଆ,ସୋସିଆଲ ମିଡିଆ ଓ ହ୍ୱାଟସଆପ୍‌ରେ ଆସିଛି । ଏସବୁ ଖବର ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସହ ଅଜ୍ଞାନତା ବି ସୃଷ୍ଟି କରେ । ଏପରିକି ବିଭ୍ରାନ୍ତିମୂଳକ ଖବର ସଂକ୍ରମଣ ଓ ଏହାର ବିସ୍ତାରକୁ ସାଂପ୍ରଦାୟିକ ରଙ୍ଗ ବି ଦେଇଛି ।

ପ୍ରଶ୍ନ- ଆମେ କେମିତି ଠିକ୍ ସୂଚନା ଲୋକଙ୍କ ପାଖରେ ପହଂଚାଇପାରିବା ?

ଉ- ସଠିକ ସୂଚନା ପହଞ୍ଚାଇବା ପାଇଁ ସରକାରଙ୍କ ସମେତ ହେଲଥକେୟାର ପ୍ରଫେସନାଲ, ସାମାଜିକ କର୍ମକର୍ତ୍ତା, ସେଲିବ୍ରିଟିମାନଙ୍କର ବି ପ୍ରମୁଖ ଭୂମିକା ରହିଛି । ଏଚଆଇଭି-ଏଡସ ବିରୋଧରେ ସଚେତନତା ଯୋଗୁଁ ରୋଗ ନେଇଥିବା ଭୁଲ ଧାରଣା ଦୂର ହୋଇପାରିଥିଲା । ପଲସ ପୋଲିଓ ଅଭିଯାନର ସଫଳତା ମଧ୍ୟ ମିଳିତ ସତେଚନତା ଯୋଗୁଁ ସମ୍ଭବ ହୋଇଥିଲା । କୋଭିଡ-୧୯ କ୍ଷେତ୍ରରେ ବି ସମାନ ସଚେତନତା ଅଭିଯାନର ଆବଶ୍ୟକତା ରହିଛି, ଯାହା ଫଳରେ ଲୋକଙ୍କ ମଧ୍ୟରେ ସଠିକ ସୂଚନା ପହଞ୍ଚିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.