ETV Bharat / bharat

ଧାର୍ମିକସ୍ଥଳର ଲାଉଡସ୍ପିକରରୁ ମଦ ଦୋକାନ ଖୋଲିବା ଓ ଡେଲିଭରି ଘୋଷଣା ଆଦେଶକୁ ନେଇ ବିବାଦ - punjab news

ପଞ୍ଜାବର ମୁକ୍ତସରରେ ମଦ ଦୋକାନ ଖୋଲିବା ସହ ମଦ ହୋମ ଡେଲିଭରି କରିବା ନେଇ ଧାର୍ମିକସ୍ଥଳର ଲାଉଡସ୍ପିକର ବ୍ୟବହାର ପାଇଁ ସ୍ଥାନୀୟ ଡିସିଙ୍କ ଆଦେଶକୁ ନେଇ ବିବାଦ ଦେଖାଦେଇଛି । ଅଧିକ ପଢନ୍ତୁ...

ଗୁରୁଦ୍ବାରରୁ ମଦ ଦୋକାନ ଖୋଲିବା ନେଇ ଘୋଷଣା ପାଇଁ ଆଦେଶ ପରେ ଉପୁଜିଛି ବିବାଦ
ଧାର୍ମିକସ୍ଥଳର ଲାଉଡସ୍ପିକରରୁ ମଦ ଦୋକାନ ଖୋଲିବା ଓ ଡେଲିଭରୀ ଘୋଷଣା ଆଦେଶକୁ ନେଇ ବିବାଦ
author img

By

Published : May 7, 2020, 6:30 PM IST

ଚଣ୍ଡିଗଡ: ପଞ୍ଜାବର ମୁକ୍ତସରରେ ସ୍ଥାନୀୟ ଡିସିଙ୍କ ଆଦେଶକୁ ନେଇ ବିବାଦ ଦେଖାଦେଇଛି । ବାସ୍ତବରେ ଗୁରୁବାର ଠାରୁ ଖୋଲିବାକୁ ଥିବା ମଦ ଦୋକାନ ଏବଂ ମଦ ହୋମ ଡେଲିଭରିକୁ ନେଇ ସ୍ଥାନୀୟ ଡିସି ସବୁ ଧାର୍ମିକସ୍ଥଳକୁ ଚିଠି ଲେଖିଥିଲେ । ଉକ୍ତ ଚିଠିରେ ଡିସି ମଦ ଦୋକାନ ଖୋଲିବା ଏବଂ ଏହି ସମୟ ମଧ୍ୟରେ ମଦର ହୋମ ଡେଲିଭରି କରାଯିବ ନେଇ ଗୁରୁଦ୍ୱାର ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନର ଲାଉଡସ୍ପିକରରୁ ଗ୍ରାମରେ ଘୋଷଣା କରିବାକୁ କହିଥିଲେ । ତେବେ ଡିସିଙ୍କ ଏହି ଆଦେଶକୁ ନେଇ ବିବାଦ ଦେଖାଦେଇଥିଲା ।

ସମଗ୍ର ମାମଲାକୁ ନେଇ ବିବାଦ ବଢୁଥିବାର ଦେଖି କିଛି ଘଣ୍ଟା ମଧ୍ୟରେ ମୁକ୍ତସର ଡିସି ତାଙ୍କ ନିର୍ଦ୍ଦେଶ ପ୍ରତ୍ୟାହାର କରି ନେଇଥିଲେ । ସେପଟେ ଘଟଣାକୁ ନେଇ ଅକାଳୀ ଦଳ ପଞ୍ଜାବର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି । ଅକାଳୀ ଦଳ ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଦଲଜିତ ସିଂ ଚୀମା କହିଛନ୍ତି ଯେ, ପଞ୍ଜାବର କଂଗ୍ରେସ ସରକାର ରାଜସ୍ୱ ପାଇବା ପାଇଁ ଏତେ ତଳ ସ୍ତରକୁ ଚାଲି ଯାଇଛନ୍ତି ଯେ, ଧାର୍ମିକ ସ୍ଥାନରୁ ଲାଉଡସ୍ପିକର ମାଧ୍ୟମରେ ମଦ ହୋମ ଡେଲିିଭରି ଘୋଷଣା କରିବାକୁ ଚାପ ପକାଉଛନ୍ତି ।

ଏଭଳି ଆଦେଶ ଜାରି କରି ପଞ୍ଜାବ ସରକାର ସମସ୍ତ ଧାର୍ମିକ ସ୍ଥାନକୁ ଅପବିତ୍ର କରିଛନ୍ତି । ତେଣୁ ଏଥିପାଇଁ ସରକାର କ୍ଷମା ମାଗିବା ଉଚିତ୍ ଏବଂ ଯେଉଁମାନେ ଏହି ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏପରିିକି ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.