ETV Bharat / bharat

ମହରମ୍ ପାଇଁ ଚାଲିଛି ତାଜିଆ ପ୍ରସ୍ତୁତି - ରାଜସ୍ଥାନ

ମହରମ୍ ପାଇଁ ଚଳଚଞ୍ଚଳ ରାଜସ୍ଥାନର ରାଜଧାନୀ ତଥା ପିଙ୍କସିଟି ଜୟପୁର । ଦିନ ରାତି ଏକ କରି ତାଜିଆ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି କାରିଗର ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Sep 3, 2019, 4:53 PM IST

ଜୟପୁର: ଆସନ୍ତା 10ରେ ପାଳିତ ହେବାକୁ ଯାଉଛି ମହରମ୍। ଇସଲାମିକ କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ମାସରେ ଏହାକୁ ପାଳନ କରାଯାଏ । ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପୈଗମ୍ବର ହଜରତ ମହମ୍ମଦ ସାହବଙ୍କ ନାତି ହଜରତ ଇମାମ ହୁସୈନଙ୍କ ଧର୍ମ ପାଇଁ ତାଙ୍କର ବଳିଦାନ ଏବଂ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ।

ଏନେଇ ରାଜସ୍ଥାନର ରାଜଧାନୀ ତଥା ପିଙ୍କସିଟି ଜୟପୁରରେ ତାଜିଆର ନିର୍ମାଣ କରାଯାଉଛି। ଦିନରାତି ଏକ କରି ଏହାର ନିର୍ମାଣ ଲାଗି ପଡିଛନ୍ତି କାରିଗର । ମହରମ ଅବସରରେ ସିୟା ସମ୍ପ୍ରଦାୟର ମୁସଲମାନ ତାଜିୟା ଶୋଭାଯାତ୍ରା ବାହାର କରି ସହର ଭ୍ରମଣ କରିବେ।

ସବୁଥର ଭଳି ଏଥର ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ନୂଆ ନୂଆ ଡିଜାଇନର ତାଜିଆ ନିର୍ମାଣ କରାଯାଉଛି। ତେବେ ଚଳିତବର୍ଷ ମହରମ ପାଇଁ ଜୟପୁରରେ 87ଟି ତାଜିଆ ଅଲଗା ଅଲଗା ରାସ୍ତାରେ ଶୋଭାଯାତ୍ରା ପାଇଁ ବାହାରିବ।

ପୈଗମ୍ବର ହଜରତ ମହମ୍ମଦ ସାହବଙ୍କ ନାତି ହଜରତ ଇମାମ ହୁସେନଙ୍କୁ କର୍ବାଲର ମୈଦାନରେ 1400 ବର୍ଷ ପୂର୍ବେ ପରିବାର ସହ ତାଙ୍କୁ ହତ୍ୟା କରାଯାଇଥିଲା। ମୃତ୍ୟୁ ପୂର୍ବରୁ କେବେବି ଅପରାଧ ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ କହି ଦୁନିଆକୁ ବାର୍ତ୍ତା ଦେଇ ଯାଇଥିଲେ ସେ । ଏହାକୁ ମନେପକାଇ ସିୟା ମୁସଲମାନ କଳା ପୋଷାକ ପିନ୍ଧି ମହରମ ପାଳିଥାନ୍ତି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.