ETV Bharat / bharat

ସତ ଲୁଚାଉଛି ଉତ୍ତର କୋରିଆ, ସିଲ କଲା ଚୀନ ସୀମାରେ ଥିବା ମୁଖ୍ୟ ବାଣିଜ୍ୟ ସହର - lockdown

ଉତ୍ତର କୋରିଆ କ୍ରମାଗତ ଭାବରେ ଦେଶର କୋରୋନା ସଂକ୍ରମଣ ମୁକ୍ତ ବୋଲି ଦାବି କରିଆସୁଛି । ତେବେ, ରାସନ ସହରର ସୀମା ସିଲ୍ କରିବା ପରେ ଏହି ଦାବି ଉପରେ ଏବେ ପ୍ରଶ୍ନ ଉଠିଛି। ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ଲୁଚାଉଛି ଉତ୍ତର କୋରିଆ
କୋରୋନା ସଂକ୍ରମଣ ଲୁଚାଉଛି ଉତ୍ତର କୋରିଆ
author img

By

Published : May 14, 2020, 5:51 PM IST

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆରରେ ଏବେ କୋରୋନା ଭାଇରସ ବ୍ୟାପିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର କୋରିଆ ଚୀନ୍ ସୀମାରେ ଅବସ୍ଥିତ ରାସନ ସହରର ସୀମାକୁ ସିଲ୍ କରିଛି। ତେବେ ଉତ୍ତର କୋରିଆ ସରକାର କୋରୋନା ସଂକ୍ରମଣର କୌଣସି ମାମଲା ଚିହ୍ନଟ କରିନାହାଁନ୍ତି। ତେବେ ଦକ୍ଷିଣ କୋରିଆ କ୍ରମାଗତ ଭାବରେ ଦାବି କରୁଛି ଯେ କିମ ଜୋଙ୍ଗ ଉନଙ୍କ ସରକାର କୋରୋନା ସଂକ୍ରମଣ ମାମଲା ଲୁଚାଉଛନ୍ତି।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଉତ୍ତର କୋରିଆ କ୍ରମାଗତ ଭାବରେ ଦେଶର କୋରୋନା ସଂକ୍ରମଣ ମୁକ୍ତ ବୋଲି ଦାବି କରିଆସୁଛି । ତେବେ, ରାସନ ସହରର ସୀମା ସିଲ୍ କରିବା ପରେ ଏହି ଦାବି ଉପରେ ଏବେ ପ୍ରଶ୍ନ ଉଠିଛି। ରାସନ ସହର ହେଉଛି ଉତ୍ତର କୋରିଆ ସହି ଋଷ ଏବଂ ଚୀନ ବାଣିଜ୍ୟର ମୁଖ୍ୟ କେନ୍ଦ୍ର । ଅନ୍ୟପକ୍ଷରେ, ପ୍ୟୋଙ୍ଗୟାଙ୍ଗ ସହରକୁ ସିଲ କରାଯାଇଛି ବୋଲି ଅସ୍ୱୀକାର କରିନାହାଁନ୍ତି କିନ୍ତୁ ଏହି ଲକଡାଉନର କାରଣ ବି ଦେଇ ନାହାଁନ୍ତି ।

ସହରକୁ ସିଲ କରାଯିବା ପରେ କିମ ଜୋଙ୍ଗ ଉନଙ୍କ ନିରବତା ଉପରେ ବିଶେଷଜ୍ଞମାନେ କରିଛନ୍ତି ଯେ , ଏହି ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ମନେ ହେଉଛି। କୁହାଯାଉଛି ଯେ, କିମ ଜୋଙ୍ଗର ସ୍ୱତନ୍ତ୍ର ଅଧିକାରୀଙ୍କୁ ରାସନ ସହରରେ ନିୟୋଜିତ କରାଯାଇଛି। ତେବେ କିଛି ମିଡିଆ ଚ୍ୟାନେଲ ଦାବି କରିଛନ୍ତି ଯେ, କିମ ଜୋଙ୍ଗ ରାସନ ସହରରେ ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ସହରର ସୀମା ସିଲ କରାଯାଇଛି। ତେବେ ଦକ୍ଷିଣ କୋରିଆ ଏହାକୁ ପ୍ରଚାର ବୋଲି ପ୍ରତ୍ୟାଖ୍ୟାନ କରିଛି।

ଦକ୍ଷିଣ କୋରିଆ ସୂତ୍ର ଅନୁଯାୟୀ ଏହା ନିଶ୍ଚିତ ଯେ ସହରକୁ ସିଲ୍ କରିବାର କାରଣ ଅତ୍ୟନ୍ତ ଗମ୍ଭୀର ଅଟେ । ଉତ୍ତର କୋରିଆରେ, ବାଣିଜ୍ୟର ମୁଖ୍ୟ କେନ୍ଦ୍ର, ରାସନ୍, କୌଣସି କାର୍ଯ୍ୟକ୍ରମ ପାଇଁ ବନ୍ଦ ହେବା ପାଇଁ ବିଶ୍ୱାସଯୋଗ୍ୟ ନୁହେଁ । ଅନ୍ୟପକ୍ଷରେ ଆମେରିକୀୟ ଏଜେନ୍ସିମାନେ ମଧ୍ୟ କହିଛନ୍ତି ଯେ ଉତ୍ତର କୋରିଆରେ ସଂକ୍ରମଣ ମାମଲା ରହିଛି। ଆମେରିକା କହିଛି ଯେ ଉତ୍ତର କୋରିଆର ପଡୋଶୀ ଦେଶ ଚୀନ୍, ଋଷ ଏବଂ ଦକ୍ଷିଣ କୋରିଆ କୋରୋନାରେ ସଂକ୍ରମଣ ବ୍ୟାପିଛି ତେଣୁ ଉତ୍ତର କୋରିଆ କୋରୋନା କବଳରୁ ବଞ୍ଚିବା ଅସମ୍ଭବ କଥା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.