ଚେନ୍ନାଇ: ଶ୍ରୀଲଙ୍କା ନୌସେନା ଟାର୍ଗେଟରେ ଭାରତୀୟ ମତ୍ସ୍ୟଜୀବୀ । ଜଳସୀମା ଅତିକ୍ରମ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ସର୍ବଦା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଟାର୍ଗେଟ କରିଥାଏ । ତେବେ ଗତ କିଛି ଦିନ ତଳେ ମାଛ ମାରିବାକୁ ଯାଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ପୁଣି ଆକ୍ରମଣ କରିଥିଲା ଭାରତୀୟ ନୌସେନା । ସେଥିରେ 4 ଜଣ ମତ୍ସ୍ୟଜୀବୀ ନିଖୋଜ ଥିବା ବେଳେ ସେମାନଙ୍କ ମୃତଦେହ ଗତକାଲି(ଶନିବାର) ନିଜ ଜନ୍ମସ୍ଥାନକୁ ଅଣାଯାଇଛି । ତେବେ ଶ୍ରୀଲଙ୍କା ନୌସେନା ଦ୍ବାରା ହତ୍ୟା କରାଯାଇଥିବା ଚାରି ମତ୍ସ୍ୟଜୀବୀଙ୍କ ମୃତଦେହ ଶ୍ରୀଲଙ୍କାରେ ବ୍ୟବଚ୍ଛେଦ ପରେ ତାମିଲନାଡୁର ରାମନାଥପୁରମ ନିଜ ଜନ୍ମସ୍ଥାନକୁ ଅଣାଯାଇଥିଲା ।
ଜାନୁଆରୀ 23 ରେ ସେମାନଙ୍କ ମୃତଦେହକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା। ଭାରତୀୟ ନୌସେନା ମତ୍ସ୍ୟଜୀବୀଙ୍କ ମୃତଦେହକୁ ପୁଡୁକୋଟାଇ ଜିଲ୍ଲାର କୋଟାୟାମକୁ ଆଣିଥିଲେ। ଏହା ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ରାମନାଥପୁରମକୁ ନିଆଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ