ETV Bharat / bharat

ଶ୍ରୀନଗରରେ CRPF ଉପରକୁ ଗ୍ରେନେଡ ମାଡ, ଜଣେ ଯବାନ ଆହତ

ଶ୍ରୀନଗରର ସଫାକଦଲର ନୁରବାଗରେ ସିଆରପିଏଫ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ । ସିଆରପିଏଫର ଜଣେ ଯବାନ ଗୁରୁତର ଆହତ । ଅଧିକ ପଢନ୍ତୁ...

ଶ୍ରୀନଗରରେ CRPF ଉପରକୁ ଗ୍ରେନେଡ ମାଡ, ଜଣେ ଯବାନ ଆହତ
ଶ୍ରୀନଗରରେ CRPF ଉପରକୁ ଗ୍ରେନେଡ ମାଡ, ଜଣେ ଯବାନ ଆହତ
author img

By

Published : Jan 25, 2020, 1:13 AM IST

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନାର ଯାବନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ମିଳିଛି । ଶ୍ରୀନଗରର ସଫାକଦଲର ନୁରବାଗରେ ସିଆରପିଏଫ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଦ୍ବାରା ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ସିଆରପିଏଫ ଯବାନଙ୍କ ଦୁଇ ଗୋଡ ଓ ଆଖିରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ । ପୂର୍ବରୁ 22 ଜାନୁଆରୀରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା । ଏଥିରେ ସେନାର ଦୁଇ ଯବାନ ଶହୀଦ ହୋଇଥିଲେ । ଅନ୍ୟପକ୍ଷେ ଏହି ଗୁଳି ବିନିମୟରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.