ଶ୍ରୀନଗର: ଟେରର ଫଣ୍ଡିଂ (ଆତଙ୍କବାଦକୁ ପାଣ୍ଠି ଯୋଗାଣ) ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଶ୍ରୀନଗର ଓ ପୁଲୱାମାରେ ଆଜି 7ଟି ସ୍ଥାନରେ ଚଢାଉ କରିଛି । ପୁଲୱାମା ଓ ଶ୍ରୀନଗରର କେତେକ ବେପାରୀ ଆତଙ୍କବାଦକୁ ପାଣ୍ଠି ଯୋଗାଣ କରୁଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ବିଶେଷ ସୁତ୍ରରୁ ଖବର ପାଇ ଏନଆଇଏ ପକ୍ଷରୁ ଶ୍ରୀନଗର ସ୍ଥିତ ପାରିମପୋର ଫଳ ବଜାରରେ ଚଢାଉ କରାଯାଇଥିଲା ।
ଏଜେନ୍ସି ଅଧିକାରୀଙ୍କ କହିବା ଅନୁଯାୟୀ, ଯେଉଁ ବେପାରୀଙ୍କ ଦୋକାନରେ ଚଢାଉ କରାଯାଇଛି ସେମାନେ ଆତଙ୍କବାଦୀଙ୍କ ସମ୍ପର୍କୀୟ । ଏମାନେ ଟେରର ଫଣ୍ଡିଂ କାମ କରନ୍ତି ।
ଏହି ଚଢାଉରେ ଏନଆଇଏର ବହୁ ଅଧିକାରୀଙ୍କ ସମେତ ରାଜ୍ୟ ପୋଲିସ ଓ ସୁରକ୍ଷାକର୍ମୀ ସାମିଲ ହୋଇଥିଲେ ।