ହାଇଦ୍ରାବାଦ: ତେଲାଙ୍ଗାନା ଯୁବକଙ୍କ ଆମେରିକା ପ୍ରେମ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରିଛନ୍ତି ତେଲେଙ୍ଗାନାର ଜଣେ ଯୁବକ । ସେ ଟ୍ରମ୍ପଙ୍କ ଜନ୍ମଦିନ ଅବସରରେ ଏକ 6 ଫୁଟ୍ ଉଚ୍ଚର ପ୍ରତିମା ଉଦଘାଟନ କରିଥିଲେ । ଏପରକି ପ୍ରତିମାକୁ କ୍ଷୀରରେ ଅଭିଷେକ କରିଥିଲେ ।
ପ୍ରତିଦିନ ମୂର୍ତିକୁ ପୂଜା କରିବା ସହ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଫ୍ୟାନ ଜଣକ ହେଉଛନ୍ତି ବୃଷା କୃଷ୍ଣା । ଟ୍ରମ୍ପଙ୍କ ଏହି ମୂର୍ତ୍ତିକୁ ସୁଟ୍ ମଧ୍ୟ ପିନ୍ଧାଇଛନ୍ତି ସେ । ଖାଲି ସେତିକି ନୁହେଁ ବୃଷା ଟ୍ରମ୍ପଙ୍କୁ ପୂଜା କରିବା ପାଇଁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ମଧ୍ୟ ରଖିଛନ୍ତି । ବାକି ହିନ୍ଦୁ ଦେବାଦେବୀଙ୍କ ଭଳି ଟ୍ରମ୍ପଙ୍କୁ ମଧ୍ୟ ସେ ପୂଜା କରନ୍ତି । ଯାହା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟଛି ।