ETV Bharat / bharat

ତେଲେଙ୍ଗାନା ବିଧାନସଭାରେ ‘ଟିଏସ-ବିପାସ’ ବିଲ ଗୃହୀତ - ଟିଏସ-ବିପାସ

ସୋମବାର ତେଲେଙ୍ଗାନା ବିଧାନସଭାରେ ରାଜ୍ୟ କୋଠାବାଡି ଅନୁମତି ଅନୁମୋଦନ ଏବଂ ସ୍ବପ୍ରମାଣ ପଦ୍ଧତି ବିଲ ବା ସଂକ୍ଷେପରେ ଟିଏସ-ବିପାସ ବିଲ ଗୃହୀତ ହୋଇଛି। ସମ୍ପୂର୍ଣ୍ଣ ପଢନ୍ତୁ...

ତେଲଙ୍ଗାନା ବିଧାନସଭାରେ ‘ଟିଏସ-ବିପାସ’ ବିଲ ଗୃହୀତ

author img

By

Published : Sep 17, 2020, 5:33 PM IST

ଏଣିକି ତେଲଙ୍ଗାନାରେ କୋଠାବାଡି ନିର୍ମାଣ କରିବା ଲାଗି ଆବଶ୍ୟକ ଅନୁମତି ନିର୍ବିଘ୍ନରେ ମିଳିପାରିବ । ସୋମବାର ରାଜ୍ୟ ବିଧାନସଭାରେ ଏ ସଂକ୍ରାନ୍ତରେ ତେଲାଙ୍ଗାନା ରାଜ୍ୟ କୋଠାବାଡି ଅନୁମତି ଅନୁମୋଦନ ଏବଂ ସ୍ବପ୍ରମାଣ ପଦ୍ଧତି ବିଲ ବା ସଂକ୍ଷେପରେ ଟିଏସ-ବିପାସ (TS-bPASS) ବିଲ ଗୃହୀତ ହୋଇଛି। ବିଭାଗୀୟ ମନ୍ତ୍ରୀ କେ.ଟି. ରାମାରାଓ ଗୃହରେ ଏହି ବିଲ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ବୃହତ ହାଇଦ୍ରାବାଦ ପୌର ନିଗମ (ଜିଏଚଏମସି) ସମେତ ରାଜ୍ୟର ସମସ୍ତ ପୌରପାଳିକା ଏହି ବିଲରେ ଥିବା ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଅତୀତରେ, ତେଲଙ୍ଗାନାରେ ଟିଏସ-ଆଇପାସ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା। ଯାହା ବଳରେ, ରାଜ୍ୟରେ ବ୍ୟବସାୟ କରିବା ପାଇଁ ଆଗ୍ରହୀ କୌଣସି ଶିଳ୍ପ ସଂସ୍ଥା ବା ସେବା ପ୍ରଦାନକାରୀ ସଂସ୍ଥାକୁ ଅନୁମତି ପ୍ରଦାନ ନିମନ୍ତେ ଏକକ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ।

ସମ୍ପ୍ରତି ଗୃହୀତ ଟିଏସ-ବିପାସ ବିଲ ଅନୁସାରେ, 75 ବର୍ଗ ଗଜ କ୍ଷେତ୍ରଫଳ ପର୍ଯ୍ୟନ୍ତ କୌଣସି ପ୍ଲଟରେ ଏବଂ 7 ମିଟର ଉଚ୍ଚତା ପର୍ଯ୍ୟନ୍ତ କୋଠା ନିର୍ମାଣ କରିବା ପାଇଁ କୌଣସି ଅନୁମତି ଆବଶ୍ୟକ ହେବ ନାହିଁ । 75 ରୁ 600 ବର୍ଗ ଗଜ କ୍ଷେତ୍ରଫଳ ପର୍ଯ୍ୟନ୍ତ ପ୍ଲଟରେ ନିର୍ମାଣ କାର୍ଯ୍ୟ ପାଇଁ ନାଗରିକମାନେ ସ୍ବକୀୟ ପ୍ରମାଣ ଜରିଆରେ ଅନୁମତି ହାସଲ କରିପାରିବେ । 600 ବର୍ଗ ଗଜରୁ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ପ୍ଲଟରେ ଏବଂ 10 ମିଟରରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ ପାଇଁ ସମସ୍ତ ଲେଆଉଟ ନିମନ୍ତେ ଏକକ ବ୍ୟବସ୍ଥାରେ ବା ସିଙ୍ଗଲ ୱିଣ୍ଡୋ ପଦ୍ଧତିରେ ଅନୁମୋଦନ ପ୍ରଦାନ କରାଯିବ । ଏଥିପାଇଁ ଆବେଦନ କରିବାର 21 ଦିନ ଭିତରେ ପୌର ସଂସ୍ଥା କର୍ତ୍ତୃପକ୍ଷ ସମସ୍ତ କାଗଜପତ୍ର ପରୀକ୍ଷା କରି ଅନୁମତିପତ୍ର ଜାରି କରିବେ ।

ଟିଏସ-ଆଇପାସ ଅନୁରୂପ, ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ ନାଗରିକମାନଙ୍କୁ ଅନୁମତିପତ୍ର ଏବଂ ଆପତ୍ତି ନଥିବା ପ୍ରମାଣପତ୍ର ବା ଏନଓସି ପାଇଁ ବହୁ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ କି ବିଭିନ୍ନ ଅମଲାତାନ୍ତ୍ରିକ ପଦକ୍ରମରେ ଅବସ୍ଥାପିତ ଅଧିକାରୀଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ । ନୂତନ ବିଲର ବ୍ୟବସ୍ଥା ଅନୁସାରେ, ସମସ୍ତ ଆବେଦନପତ୍ର ସ୍ବୟଂକ୍ରିୟ ଭାବରେ ଜଳସେଚନ, ଅଗ୍ନିଶମ, ରାଜସ୍ବ ଇତ୍ୟାଦି ଭଳି ସମସ୍ତ ସଂପର୍କିତ ବିଭାଗ ନିକଟରେ ପହଞ୍ଚିଯିବ। ସମ୍ପୃକ୍ତ ବିଭାଗ, 7 ରୁ 15 ଦିନ ଭିତରେ ସେମାନଙ୍କର ମନ୍ତବ୍ୟ କିମ୍ବା କୌଣସି ଆପତ୍ତି ନଥିଲେ ନୋ-ଅବଜେକସନ

ସାର୍ଟିଫିକେଟ ପଠାଇବେ । ଆବେଦନ କରିବାର 22ତମ ଦିନରେ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କର ସ୍ବାକ୍ଷର ସମ୍ବଳିତ ଏକ ଅଟୋମେଟେଡ ସାର୍ଟିଫିକେଟ ଆବେଦନକାରୀଙ୍କୁ ଜାରି କରାଯିବ । ସିଙ୍ଗଲ ୱିଣ୍ଡୋ ପଦ୍ଧତିରେ ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେଉଛି ବୋଲି ସୁନିଶ୍ଚିତ କରିବା ସକାଶେ ଏକ ରାଜ୍ୟସ୍ତରୀୟ ‘ଟିଏସ-ବିପାସ ଚେଜିଂ ସେଲ’ ସ୍ଥାପନ ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି ।

ଟିଏସ-ବିପାସ ବିଲର କେତେକ ପ୍ରମୁଖ ବିଶେଷତ୍ବ:

ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟ ନିମନ୍ତେ ସିଙ୍ଗଲ ୱିଣ୍ଡୋ ପଦ୍ଧତିରେ ଅନୁମତି ପ୍ରଦାନ

ଅନୁମତି ପାଇଁ ନାଗରିକମାନେ ମୋବାଇଲ ଆପ, ଟିଏସ-ବିପାସ ୱେବସାଇଟ, ମି ସେବା କେନ୍ଦ୍ର, ସହରାଞ୍ଚଳର ସ୍ବାୟତ୍ତ ଶାସନ ସଂସ୍ଥା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ ଆବେଦନ କରିପାରିବେ ।

ଯଦି ଭୁଲ ତଥ୍ୟ ଦିଆଯାଇଥାଏ କିମ୍ବା ମାଷ୍ଟର ପ୍ଲାନ୍‌ ଏବଂ ଜୋନ୍‌ ଗଠନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଇଥାଏ, ତେବେ ଅନୁମୋଦନ ପାଇବାର 21 ଦିନ ଭିତରେ ଅନୁମତି ବାତିଲ କରାଯାଇପାରିବ। ସ୍ବକୀୟ ପ୍ରମାଣ ଜରିଆରେ ଅନୁମୋଦନ ହାସଲ କରିବାର 21 ଦିନ ଭିତରେ ନିର୍ମାଣ କାର୍ଯ୍ୟ ନିଶ୍ଚିତ ଭାବରେ ଆରମ୍ଭ କରାଯିବ । ଏହି 21 ଦିନ ମଧ୍ୟରେ ଆବଶ୍ୟକ ନିରୀକ୍ଷଣ କାର୍ଯ୍ୟ ସମାପିତ ହେବ । ଜିଲ୍ଲାପାଳ (ବିଭିନ୍ନ ଜିଲ୍ଲାରେ) ଏବଂ ଜୋନାଲ କମିଶନର (ବୃହତ ହାଇଦ୍ରାବାଦ ପୌର ନିଗମ ଅଞ୍ଚଳରେ) କମିଟିର ଅଧ୍ୟକ୍ଷତା କରିବେ।

ସ୍ବକୀୟ ପ୍ରମାଣପତ୍ର ଜରିଆରେ ଅନୁମୋଦନ ପାଉଥିବା ସମସ୍ତ କୋଠାବାଡ଼ି ସଂପର୍କିତ ବିସ୍ତୃତ ବିବରଣୀ ଟିଏସ-ବିପାସ ୱେବସାଇଟରେ ଉପଲବ୍ଧ ହେବ।

ଯଦି ନିୟମ ଉଲ୍ଲଙ୍ଘନ କରାଯାଇଥିବା ଜଣାପଡ଼େ, ତେବେ ଜୋରିମାନା ଲାଗୁ କରାଯିବ କିମ୍ବା ନିର୍ମାଣ କରାଯାଇଥିବା କୋଠା ଭଙ୍ଗାଯିବ କିମ୍ବା ଜବତ କରାଯିବ।

ଯଦି ନିୟମ ବିରୋଧରେ କାର୍ଯ୍ୟ କରାଯାଇଥିବ, ତେବେ କୌଣସି ପୂର୍ବ ସୂଚନା ବିନା କୋଠା ଭଙ୍ଗାଯାଇପାରିବ ବୋଲି ଆବେଦନକାରୀ ସ୍ବକୀୟ ପ୍ରମାଣପତ୍ର ନିମନ୍ତେ ଉଦ୍ଦିଷ୍ଟ ଫର୍ମରେ ନିଶ୍ଚିତ ଭାବରେ ଘୋଷଣା କରିବେ ।

ଅନୁମୋଦନ ପ୍ରଦାନରେ ବିଳମ୍ବ ହେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଜୋରିମାନା ଆଦାୟ ପ୍ରକ୍ରିୟାର ସୂତ୍ରପାତ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.