ପାଟନା: ବିହାରର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଶନିବାର ବୃନ୍ଦାବନ ପହଞ୍ଚି ସୌସୈୟା ହସ୍ପିଟାଲରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । 4 ଦିନ ତଳେ ବ୍ରଜଯାତ୍ରାରେ ଥିବା ଚୌରାସୀ କୋସର ପରିକ୍ରମା କରିବା ସମୟରେ ହରିୟାଣା ଓ ଅଲିଗଡ ବର୍ଡରେ ଥିବା ଯମୁନା ନଦୀର ପାଣି ପିଇବା ପରେ କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ସୌସୈୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଅନେକ ସମୟରେ ବୃନ୍ଦାବନ ଓ ବରସାନା ଗସ୍ତ କରିଥାନ୍ତି । କିନ୍ତୁ ଶନିବାର ଅଚାନକ ତେଜଙ୍କୁ ହସ୍ପିଟାଲରେ ଦେଖି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ତେଜ ପ୍ରତାପ ପ୍ରତ୍ୟେକ ଓ୍ବାର୍ଡ ବୁଲି ରୋଗୀଙ୍କର ଅବସ୍ଥା ପଚାରି ବୁଝିଥିଲେ ।
ଏହି ଘଟଣାରେ ତେଜ ପ୍ରତାପ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋଦି ସରକାର ଗଙ୍ଗା-ଯମୁନାକୁ ସଫା କରିବା ନାଁରେ କେବଳ ଦେଶବାସୀଙ୍କୁ ଠକି ଚାଲିଛନ୍ତି । ଯଦି ଯମୁନାର ଏପରି ଅବସ୍ଥା ରହିବ ତେବେ ଆମେ ଆଗାମୀ ଦିନରେ ଆନ୍ଦୋଳନ ସୁନିଶ୍ଚିତ ।