ETV Bharat / bharat

ବାରାଣାସୀରୁ ମୋଦିଙ୍କ ବିପକ୍ଷରେ ଲଢିବେନି ତେଜବାହାଦୁର

ନାମାଙ୍କନ ରଦ୍ଦ ହେବା ପରେ ତେଜ ବାହାଦୁର କହିଛନ୍ତି ଯେ ମୋର ନାମାମଙ୍କନ ଭୁଲ ଭାବେ ରଦ୍ଦ କରାଯାଇଛି । ଏହି ମାମଲାକୁ ନେଇ ମୁଁ ସୁପ୍ରିମକୋର୍ଟ ଯିବି । ମୁଖ୍ୟତଃ ତେଜବାହାଦୁର ନିଜ ହଲଫନାମାରେ 2ଟି ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥିଲେ । ତେଣୁ ପ୍ରଥମରୁ ହିଁ ତାଙ୍କ ନାମାଙ୍କନ ରଦ୍ଦ ହେବାର ସମ୍ଭାବନା ଦେଖାଦେଇଥିଲା ।

author img

By

Published : May 1, 2019, 7:38 PM IST

ଫଟୋ ସୌଜନ୍ୟ: ଏଏନଆଇ

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ଏସପି-ବିଏସପି ପ୍ରାର୍ଥୀ ତେଜ ବାହାଦୁର ଯାଦବଙ୍କ ନାମାଙ୍କନ ହୋଇଯାଇଛି ରଦ୍ଦ । ନିର୍ବାଚନ ଆୟୋଗ ତରଫରୁ ଏହି ନାମାଙ୍କନ ରଦ୍ଦ କରାଯାଇଛି । ବର୍ତ୍ତମାନ ବାରାଣାସୀରୁ ସମାଜବାଦୀ ପାର୍ଟି ତରଫରୁ ପ୍ରାର୍ଥୀ ହେବେ ଶାଳିନୀ ଯାଦବ । ଅନ୍ୟପକ୍ଷେ ତେଜ ବାହାଦୁରଙ୍କ ନାମାଙ୍କନକୁ ନେଇ ପୋଲିସ ଓ ତାଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।

ନାମାଙ୍କନ ରଦ୍ଦ ହେବା ପରେ ତେଜ ବାହାଦୁର କହିଛନ୍ତି ଯେ ମୋର ନାମାମଙ୍କ ଭୁଲ ଭାବେ ରଦ୍ଦ କରାଯାଇଛି । ମୁଁ ସମସ୍ତ ପ୍ରମାଣ ଦେଇଥିଲି । ମାତ୍ର ମୋର ନାମାଙ୍କନ ରଦ୍ଦ କରାଯାଇଛି । ନିର୍ବାଚନ ଆୟୋଗକୁ କହିଥିଲି ମୁଁ ଆମ୍ବାନୀ ନୁହେଁ ଯେ ଏତେ ଶିଘ୍ର ସୂଚନା ନେଇ ଆସିଯିବି ।

ଗତ ସନ୍ଧ୍ୟା 6.15ରେ ନିର୍ବାଚନ ଆୟୋଗ ମୋତେ ସାକ୍ଷୀ ଦେବାକୁ କହିଥିଲା । ମୁଁ ସାକ୍ଷ ଯୋଗାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲି । ଏହା ସତ୍ତ୍ବେ ମୋର ନାମାଙ୍କନ ରଦ୍ଦ କରାଯାଇଛି । ଏହି ମାମଲାକୁ ନେଇ ମୁଁ ସୁପ୍ରିମକୋର୍ଟ ଯିବି ବୋଲି ବିଏସଏଫରୁ ବହିଷ୍କୃତ ଯବାନ ତେଜବାହାଦୁର କହିଛନ୍ତି ।

ମୁଖ୍ୟତଃ ତେଜବାହାଦୁର ନିଜ ହଲଫନାମାରେ 2ଟି ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥିଲେ । ତେଣୁ ପ୍ରଥମରୁ ହିଁ ତାଙ୍କ ନାମାଙ୍କନ ରଦ୍ଦ ହେବାର ସମ୍ଭାବନା ଦେଖାଇଥିଲା । ଗୋଟିଏ ହଲଫନାମାରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜକୁ ଦର୍ଶାଇଛନ୍ତି । ଅନ୍ୟଟିରେ ସେ ଏସପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.