ଚେନ୍ନାଇ: ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ଶହୀଦ ହୋଇଥିବା ହାବିଲଦାର ପାଝାନୀଙ୍କ ପରିବାରକୁ ସରକାରୀ ସହାୟତା । 20 ଲକ୍ଷ ଟଙ୍କାର ଆର୍ଥିକ ସରକାରୀ ସହାୟତା ଘୋଷଣା କଲେ ତାମିଲନାଡୁ ସରକାର ।
ସୋମବାର ବିଳମ୍ବିତ ରାତିରେ ଭାରତ-ଚୀନ ସୀମାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂର୍ଘଷ ଘଟି 3 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ମଙ୍ଗଳବାର ପୁଣି 17ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ହାବିଲଦାର ପାଝାନୀ ତାମିଲନାଡୁ ରାମନାଥପୁରମ ଜିଲ୍ଲାର କାଡୁକକାଲ୍ଲୁର ଜିଲ୍ଲାର ବୋଲି ଜଣାପଡିଛନ୍ତି। ତାଙ୍କର 2 ସନ୍ତାନ ରହିଛି । ଗତ 22 ବର୍ଷ ଧରି ସେ ଭାରତୀୟ ସେନା ପାଇଁ କାମ କରିଥିଲେ । ସୀମାରେ ପଝାନୀଙ୍କ ବ୍ୟତୀତ ୧୬ ବିହାରର କର୍ଣ୍ଣେଲ ସନ୍ତୋଷ ବାବୁ ଓ ସିପାହୀ ଓଝା ଶହୀଦ ହୋଇଥିଲେ । ଲଦାଖର ଗଲୱାନ ଘାଟିରେ ଚୀନ ସହିତ ଗୁଳି ବିନିମୟରେ ଏହି ୩ ଜଣ ଭାରତୀୟ ସେନା ଶହୀଦ ହୋଇଥିଲେ ।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ସୋଲାଟିୟମ ଘୋଷଣା କରିବା ସହ ପରବର୍ତ୍ତୀ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରି ମଧ୍ୟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ବିରୋଧୀଦଳ ନେତା ସେନାଙ୍କ ଏହି ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।