ETV Bharat / bharat

ବିଜୟକୁ ନେଇ ଆଗୁଆ ପ୍ରସ୍ତୁତି, କ୍ବିଣ୍ଟାଲ କ୍ବିଣ୍ଟାଲ ଲଡୁ ଅର୍ଡର

ଏକଜିଟ ପୋଲ ଆସିବା ପରେ ନିଶ୍ଚିତ ବିଜୟ ନେଇ ଚାଲିଛି ପୂର୍ବ ପ୍ରସ୍ତୁତି । ତିଆରି ଚାଲିଛି ରଙ୍ଗବେରଙ୍ଗର କ୍ବିଣ୍ଟାଲ କ୍ବିଣ୍ଟାଲ ଲଡୁ ।

author img

By

Published : May 22, 2019, 7:22 PM IST

ଫଟୋ ସୌଜନ୍ୟ; ଏଏନଆଇ

ଚଣ୍ଡିଗଡ: 2019 ନିର୍ବାଚନ ଫଳାଫଳକୁ ଆଉ ଦିନେ । କାହା ସପକ୍ଷରେ ଯିବ ଜନାଦେଶ, ଏହାକୁ ନେଇ ବଢୁଛି ନେତାଙ୍କ ହାର୍ଟବିଟ । ସେପଟେ ଏକଜିଟ ପୋଲ ପ୍ରକାଶ ପରେ ନିଶ୍ଚିତ ବିଜୟ ନେଇ ଚାଲିଛି ପୂର୍ବ ପ୍ରସ୍ତୁତି । ତିଆରି ଚାଲିଛି ରଙ୍ଗ ବେରଙ୍ଗର କ୍ବିଣ୍ଟାଲ କ୍ବିଣ୍ଟାଲ ଲଡୁ ।

ଏହି ଦୃଶ୍ୟ ହେଉଛି ପଞ୍ଜାବର ଲୁଧିଆନା ଅଞ୍ଚଳର । ସେଠାରେ ଏକ ମିଠା ଦୋକାନରେ ଦିନ ରାତି ଏକ କରି କାରିଗରମାନେ ଲଡୁ ତିଆରି କରୁଛନ୍ତି । ତେବେ ଦୋକାନୀଙ୍କ କହିବାନୁଯାୟୀ ବିଜେପି, ସିରୋମଣୀ ଅକାଳୀ ଦଳ ଓ କଂଗ୍ରେସ ତରଫରୁ 10-12 କ୍ବିଣ୍ଟାଲ ଲଡୁର ଆସିଛି ଅର୍ଡର । ଏକଜିଟ ପୋଲ ପରେ ଏହି ଅର୍ଡର ଆସିଥିବା ମିଠା ଦୋକାନୀ କହିଛନ୍ତି ।

ତେବେ କିଏ ବାଜିମାତ କରି ବିଜୟ ମୁକୁଟ ପିନ୍ଧୁଛି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.