ETV Bharat / bharat

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି - supreme court to hear maharastra political issue

ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଉପରେ ଆଜି ସର୍ବୋଚ୍ଚ ଅଦାଲତରେ ସକାଳ ୧୦ଟା 30 ମିନିଟରେ ଶୁଣାଣି ହେବ।

ଫାଇଲ ଫଟୋ
author img

By

Published : Nov 25, 2019, 8:19 AM IST

Updated : Nov 25, 2019, 8:54 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଶପଥ ନେଇଥିବା ବିଜେପି ସରକାରର ସ୍ଥାୟୀତ୍ବ ଆଜି ନିର୍ଦ୍ଧାରଣ କରିବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ସୋମବାର ସକାଳ ସାଢେ 10ଟାରେ ହେବାକୁ ଯାଉଛି ଶୁଣାଣି ।

ଛୁଟି ଦିନ ହୋଇଥିଲେ ମଧ୍ୟ ରବିବାର ବିରୋଧୀଙ୍କ ପକ୍ଷରୁ ହୋଇଥିବା ରିଟ୍ ପିଟିସନ ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଏହି ମାମଲାରେ କୋର୍ଟ ମହାରାଷ୍ଟ୍ର ଓ କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଥିଲେ । ଏହା ସହିତ ଅଦାଲତ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ସୋମବାର ସକାଳ ସୁଦ୍ଧା ସରକାର ଗଠନ ପାଇଁ ହୋଇଥିବା ଆବେଦନ ପତ୍ରକୁ ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଗଠନ ପାଇଁ ଆବଶ୍ୟକୀୟ ସମର୍ଥନ ଥିବା ଦାବି କରି ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅଜିତ ପାୱାରଙ୍କ ଦ୍ବାରା ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ପତ୍ର ଏବଂ ରାଜ୍ୟପାଳ ଦ୍ବାରା ଉଭୟଙ୍କୁ ସରକାର ଗଠନ ପାଇଁ ଦିଆଯାଇଥିବା ପତ୍ରର ନକଲ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି ।

ସୋମବାର ସକାଳ 10ଟା 30ମିନିଟରେ ଅଦାଲତ ଏହି ମାମଲାରେ ପୁନର୍ବାର ଶୁଣାଣି କରିବେ । ମହାରାଷ୍ଟ୍ରରେ ତୁରନ୍ତ ଆସ୍ଥା ଭୋଟ କରିବା ପାଇଁ ଶିବସେନା, ଏନସିପି ଏବଂ କଂଗ୍ରେସ ଦ୍ବାରା କରାଯାଇଥିବା ଆବେଦନର ଉପରେ ବିଚାର ହେବ।

Intro:Body:

BLANK FOR LINK

Conclusion:
Last Updated : Nov 25, 2019, 8:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.