ETV Bharat / bharat

ପିଏମ କେୟାର୍ସ ଫଣ୍ଡକୁ ନେଇ ପ୍ରଶ୍ନ, ସୁପ୍ରିମକୋର୍ଟରେ ଆଜି ଶୁଣାଣି

author img

By

Published : Apr 13, 2020, 12:37 PM IST

ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ‘ପିଏମ କେୟାର୍ସ ପାଣ୍ଠି’ ଆରମ୍ଭ କରାଯାଇଥିଲା । ଏଥିରେ ସାଧାରଣ ଶିଳ୍ପପତିମାନେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବିରୋଧୀ ଏହି ପାଣ୍ଠିକୁ ନେଇ ପ୍ରଶ୍ନ କରିଛନ୍ତି ।

PM cares fund
ପିଏମ-କେୟାର୍ସ ଫଣ୍ଡ

ନୂଆଦିଲ୍ଲୀ: ଦେଶର ବିଭିନ୍ନ କ୍ଷେତ୍ରରେ କୋରୋନା ମହାମାରୀ ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ‘ପିଏମ୍-କେୟାର୍ସ୍ ପାଣ୍ଠି’ ଆରମ୍ଭ କରାଯାଇଥିଲା । ଏଥିରେ ସାଧାରଣ ଶିଳ୍ପପତିମାନେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବିରୋଧୀ ଏହି ପାଣ୍ଠିକୁ ନେଇ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନ ଏହାର ଗଠନ ପାଇଁ ତଦନ୍ତ ଦାବି କରିଛି।

ପ୍ରକାଶଥାଉକି, ପିଏମ କେୟାର୍ସରେ ଦିଆଯାଉଥିବା ଅର୍ଥକୁ କର୍ପୋରେଟ ମନ୍ତ୍ରଣାଳୟ ଦ୍ବାରା ସିଏସଆର(କର୍ପୋରେଟ-ସାମାଜିକ ଦାୟିତ୍ବ) ବୋଲି ଧରାଯିବ । ମାତ୍ର ମୁଖ୍ୟମନ୍ତ୍ରୀ ପାଣ୍ଠିରେ ଦିଆଯାଉଥିବା ଅର୍ଥରେ ସେପରି କିଛି ନାହିଁ, ଯାହାକୁ ନେଇ ବିରୋଧି ପ୍ରଶ୍ନ କରିଛନ୍ତି ।

ଓକିଲ ଏମ.ଏଲ୍ ଶର୍ମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସେ କହିଛନ୍ତି ଯେ, ଏହା ନା କୌଣସି ଅଧ୍ୟାଦେଶ ନା କୌଣସି ଗ୍ୟାଜେଟ ଆଧାରରେ ଗଠନ କରାଯାଇ ନାହିଁ । କେବଳ ସରକାର ଏକ ବିଜ୍ଞପ୍ତି ପ୍ରକାଶ କଲେ ଏବଂ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସାହାଯ୍ୟ ମାଗିଥିଲେ ।

ଏହି ଆବେଦନରେ ଓକିଲ ଏହି ଟ୍ରଷ୍ଟର ଟ୍ରଷ୍ଟି କିଏ ବୋଲି ପଚାରିଛନ୍ତି । ଏହା କିପରି କାର୍ଯ୍ୟ କରୁଛି ବୋଲି ମଧ୍ୟ ପଚାରିଛନ୍ତି। କୋର୍ଟଙ୍କ ତତ୍ତ୍ବାବଧାନରେ ଏକ ଏସଆଇଟି ଟିମ୍ ଯାଞ୍ଚ କରାଯାଉ ବୋଲି କୁହାଯାଇଛି । ମୁଖ୍ୟ ବିଚାରପତି ଏସ.ଏ ବୋବଡେଙ୍କ ନେତୃତ୍ବରେ ସୁପ୍ରିମକୋର୍ଟର ବେଞ୍ଚ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.