ETV Bharat / bharat

ଲକଡାଉନରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ ବାଧ୍ୟ ନୁହେଁ ନିଯୁକ୍ତିଦାତା - ଗୃହମନ୍ତ୍ରାଳୟ

ଲକଡାଉନ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରିବାକୁ ନିଯୁକ୍ତିଦାତାଙ୍କୁ ବାଧ୍ୟ କରିପାରିବେ ନାହିଁ କେନ୍ଦ୍ର ସରକାର । ଆଜି (ଶୁକ୍ରବାର) ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

sc
supremecourt
author img

By

Published : Jun 12, 2020, 1:48 PM IST

ନୂଆଦିଲ୍ଲୀ: ଲକଡାଉନ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରିବାକୁ ନିଯୁକ୍ତିଦାତାଙ୍କୁ ବାଧ୍ୟ କରିପାରିବେ ନାହିଁ କେନ୍ଦ୍ର ସରକାର । ଆଜି (ଶୁକ୍ରବାର) ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ କୋର୍ଟ କମ୍ପାନୀ ଏବଂ କର୍ମଚାରୀଙ୍କୁ ଆପୋସ ବୁଝାମଣା କରି ଏହି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଗତ ମାର୍ଚ୍ଚ ମାସ 29 ତାରିଖରେ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ନିଯୁକ୍ତିଦାତାମାନେ ଲକଡାଉନ ସମୟୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେବା ବାଧ୍ୟତାମୂଳକ ବୋଲି ଆଦେଶ ଦେଇଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତି ବିରୋଧରେ କେତେକ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ପ୍ରକାଶ କରିଛନ୍ତି । ଏହା ସହିତ କୋର୍ଟ ଗୃହମନ୍ତ୍ରାଳୟର ବିଜ୍ଞପ୍ତି ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ 4 ସପ୍ତାହ ସମୟ ଦେଇଛନ୍ତି ।

ଜଷ୍ଟିସ ଅଶୋକ ଭୂଷଣ, ଏସକେ କୌଲ ଏବଂ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ଜଷ୍ଟିସ ଭୂଷଣ କହିଥିଲେ, ଆମେ ନିଯୁକ୍ତିଦାତାଙ୍କ ବିରୋଧରେ କୌଣସି ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲୁ । ପୂର୍ବର ଏହି ଆଦେଶ ଜାରି ରହିବ । ନିଯୁକ୍ତିଦାତା ଏବଂ କର୍ମଚାରୀ ଆପୋଷ ବୁଝାମଣା କରି ଏହାର ନିଷ୍ପତ୍ତି ନେବେ । ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏଥିରେ ମଧ୍ୟସ୍ଥତା କରି ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଆଲୋଚନାକୁ ସହଜ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ତେବେ କେନ୍ଦ୍ରର ଜବାବ ଦାଖଲ ପରେ ଜୁଲାଇ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.