ETV Bharat / bharat

ତେଜ ବାହାଦୁରଙ୍କୁ ସୁପ୍ରିମକୋର୍ଟରୁ ଝଟକା - PM MODI

ଏସପି-ବିଏସପି ମେଣ୍ଟରେ ବାରାଣାସୀରୁ ମୋଦିଙ୍କ ବିପକ୍ଷରେ ଲଢେଇ କରିଥାନ୍ତେ ତେଜବାହାଦୁର । କିନ୍ତୁ ତାଙ୍କ ନାମାଙ୍କନକୁ ରଦ୍ଦ କରିଦେଇଥିଲା ନିର୍ବାଚନ ଆୟୋଗ । ଯାହା ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଥିଲେ ସେ । କିନ୍ତୁ ତାଙ୍କ ଯାଚିକାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 9, 2019, 10:57 PM IST

ନୂଆଦିଲ୍ଲୀ: ବିଏସଏଫରୁ ବହିଷ୍କୃତ ଯବାନ ତେଜ ବାହାଦୁର ଯାଦବଙ୍କ ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏସପି-ବିଏସପି ମେଣ୍ଟରେ ବାରାଣାସୀରୁ ମୋଦିଙ୍କ ବିରୋଧରେ ଲଢେଇ କରିଥାନ୍ତେ ତେଜବାହାଦୁର । କିନ୍ତୁ ତାଙ୍କ ନାମାଙ୍କନକୁ ରଦ୍ଦ କରିଦେଇଥିଲା ନିର୍ବାଚନ ଆୟୋଗ । ଯାହା ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଥିଲେ ସେ ।

ଯାଚିକା ବିରୁଦ୍ଧରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଦଖଲ ଦେବାର କୌଣସି ଆଧାର ମିଳି ନାହିଁ । ଜନସ୍ବାର୍ଥ ଯାଚିକା ଭାବେ ଏହି ମାମଲାରେ ଦଖଲ ଦେଇ ହେବନାହିଁ । ଅନ୍ୟପକ୍ଷେ ତେଜ ବାହାଦୁରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ନିଜ ପକ୍ଷ ରଖିଥିଲେ । ସେ କହିଛନ୍ତି ଯେ ତେଜ ବାହାଦୁରଙ୍କ ନାମାଙ୍କନ ଅନ୍ୟାୟ ଭାବରେ ଖାରଜ କରାଯାଇଛି ଓ ତାଙ୍କୁ ମେ ୧୯ରେ ହେବାକୁ ଥିବା ନିର୍ବାଚନ ଲଢିବାକୁ ଅନୁମତି ଦିଆଯାଉ ।

ତେଜବାହାଦୁର ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ନିଜ ନାମାଙ୍କନ ଏପ୍ରିଲ ୨୯ରେ ଦାଖଲ କରିଥିଲେ । କିନ୍ତୁ ମେ ୧ରେ ରିଟର୍ଣ୍ଣିଂ ଅଫିସର ଏହି ନାମାଙ୍କନକୁ ଏହି ଆଧାରରେ ଖାରଜ କରିଥିଲେ ଯେ ତାଙ୍କୁ ୨୦୧୭ ଏପ୍ରିଲ ୧୯ରେ ସରକାରୀ ସେବାରୁ ବହିଷ୍କୃତ କରାଯାଇଥିଲା । କିନ୍ତୁ ନିର୍ବାଚନ ଆୟୋଗ ଦ୍ବାରା ଜାରି ପ୍ରମାଣ ପତ୍ରରେ ଏହାର ଉଲ୍ଲେଖ ନଥିଲା ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.